Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଶସ୍ତାରେ ସୁନା କିଣିବାକୁ ମିଳୁଛି ମଉକା: ୫ ଦିନିଆ ଅଫର, ଅନଲାଇନ ଆବେଦନରେ ମିଳିବ ରିହାତି

27/11/2021 at 7:41 PM

ନୂଆଦିଲ୍ଲୀ ୨୭/୧୧ : ବିବାହ ଋତୁରେ ଶସ୍ତା ସୁନା କିଣିବା ପାଇଁ ଏବଂ ନିବେଶ ପାଇଁ ଭଲ ମଉକା ରହିଛି। ସରକାରୀ ସ୍ୱର୍ଣ୍ଣ ବଣ୍ଡ ଯୋଜନା ୨୦୨୧-୨୨ ର ଅଷ୍ଟମ କିସ୍ତି ସବ୍ସକ୍ରିପ୍ସନ ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେଉଛି। ଏହି ଅଫର ଡିସେମ୍ବର ୩ ତାରିଖରେ ଶେଷ ହେବା। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଏହାର ମୂଲ୍ୟ ଗ୍ରାମ ପ୍ରତି ୪୭୯୧ ଟଙ୍କା ଧାର୍ଯ୍ୟ କରିଛି। ସଭରେନ ଗୋଲ୍ଡ ବଣ୍ଡ ସ୍କିମ (ଏସଜିବି) ପାଇଁ ଆବେଦନ ୨୯ ତାରିଖ, ସୋମବାରଠୁ ଆରମ୍ଭ ହେବ। ଏହି ଅଫର ୫ ଦିନ ଯାଏଁ ରହିବ। ଏଥିରେ ଅନଲାଇନ ଆବେଦନ କଲେ କିମ୍ବା ଡିଜିଟାଲ ପେମେଣ୍ଟ କଲେ ନିବେଶକଙ୍କୁ ଗ୍ରାମ ପ୍ରତି ୫୦ ଟଙ୍କା ରିହାତି ମିଳିବ। ଏହି ନିବେଶକଙ୍କୁ ଗ୍ରାମ ପ୍ରତି ୪୭୪୨ ଟଙ୍କାରେ ମିଳିବ।

ଉଲ୍ଲେଖନୀୟ ଯେ, ସଭରେନ ଗୋଲ୍ଡ ବଣ୍ଡ ସରକାରୀ ସିକ୍ୟୁରିଟି ଯାହାର ମୂଲ୍ୟ ସୁନା ଗ୍ରାମରେ ମୂଲ୍ୟାଙ୍କନ କରାଯାଇଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ଫିଜିକାଲ ଗୋଲ୍ଡ ରଖିବାକୁ ଉତ୍ତମ ବିକଳ୍ପ। ଏହି ସ୍କିମରେ ବିନିଯୋଗ କରୁଥିବା ନିବେଶକଙ୍କୁ ଇସ୍ୟୁ ପ୍ରାଇସ ନଗଦ ଦେବାକୁ ପଡିବ ଏବଂ ବଣ୍ଡ ମାଚ୍ୟୁରିଟି ହେଲେ ନଗଦ ଆକାରରେ ପେମେଣ୍ଟ ହୋଇପାରେ। ଆରବିଆଇ ଭାରତ ସରକାରଙ୍କ ତରଫରୁ ବଣ୍ଡ ଜାରି କରେ। ୨୦୧୫ ମସିହାରେ ଭାରତ ସରକାର ସଭରେନ ଗୋଲ୍ଡ ବଣ୍ଡ ସ୍କିମ ଆରମ୍ଭ କରିଥିଲେ।

   Related Posts