ରାକ୍ଷୀ ପୂର୍ଣ୍ଣିମାରେ ଶସ୍ତା ହେବ ସୁନା : ମୋଦି ସରକାରଙ୍କ ନୂଆ ଉପହାର

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ ୧/୮: ଅଗଷ୍ଟ ମାସ ଆରମ୍ଭ ହୋଇ ସାରିଛି। ଏ ମାସର ପ୍ରଥମ ସୋମବାର ଅର୍ଥାତ୍ ଅଗଷ୍ଟ ୩ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡ଼ୁଛି। ମୋଦି ସରକାର ଏକ ଖାସ୍ ସ୍କିମ୍ ଅନୁସାରେ ଶସ୍ତା ସୁନା କିଣିବାର ସୁଯୋଗ ଦେଉଛି।

ଆପଣ ଶସ୍ତାରେ ସୁନା କିଣି ନିଜ ଭଉଣୀଙ୍କୁ ଉପହାର ଦେଇ ପାରିବେ। ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ

 ଅଗଷ୍ଟ ୩ରୁ ପୁଣି ଥରେ ସରକାରଙ୍କ ସୋଭରେନ୍ ଗୋଲ୍ଡ ବଣ୍ଡ ସ୍କିମ୍ ଆରମ୍ଭ ହେବ। ଏହି ବଣ୍ଡ ସ୍କିମ୍ ଅନୁସାରେ ସୁନାର ମୂଲ୍ୟ ୫,୩୩୪ଟଙ୍କା ପ୍ରତି ଗ୍ରାମ୍ ସ୍ଥିର କରାଯାଇଛି।

ଅନଲାଇନ୍ ଇନଭେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରତି ଗ୍ରାମକୁ ୫୦ଟଙ୍କା ଛାଡ଼ ମିଳିବ। ଯାହା ଦ୍ବାରା ସୁନାର ମୂଲ୍ୟ ୫,୨୮୪ଟଙ୍କା ପ୍ରତି ଗ୍ରାମ୍ ହେବ। ଯଦି ଆପଣଙ୍କୁ ୧୦ଗ୍ରାମ୍ ସୁନା କିଣିବାର ଅଛି ତେବେ ୫୨ହଜାର ୮୪୦ଟଙ୍କା ଦେବାକୁ ପଡ଼ିବ।

 ଯଦି ବଜାରରେ ସୁନାର ପ୍ରତି ୧୦ଗ୍ରାମ୍ ମୂଲ୍ୟ କଥା କହିବା ତେବେ ୫୪ହଜାର ଟଙ୍କାରୁ ଅଧିକ। ମୋଦି ସରକାରଙ୍କ ସ୍କିମ୍ ଅନୁସାରେ ଆପଣ ସୁନାର ବଣ୍ଡ ଭାବେ କିଣି ପାରିବେ।

 ଏହି ବଣ୍ଡକୁ ଅତି କମରେ ଏକ ଗ୍ରାମ୍ ଏବଂ ଅଧିକତର ୪କିଲୋଗ୍ରାମ୍ ଯାଏଁ କିଣାଯାଇପାରିବ। ଏଥି​‌ରେ ପ୍ୟୁରିଟି ଏବଂ ସିକ୍ୟୁରିଟିର ସମସ୍ୟା ରହେ ନାହିଁ। ଏଥିପାଇଁ ଆପଣ ଡିଜିଟାଲ୍ ଭାବେ ବ୍ୟାଙ୍କ,ନିର୍ଦ୍ଧାରିତ ପୋଷ୍ଟ ଅଫିସ୍,ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ,ଏନଏସଇ ଏବଂ ବିଏସଇ​‌ରେ ଆବେଦନ କରିପାରିବେ। ରିଜର୍ଭ ବ୍ୟାଙ୍କ ଅଧୀନରେ ଆସୁଥିବା ଏହି ବଣ୍ଡର ଅବଧି ୮ବର୍ଷ।

ସରକାର ଏଥିରେ ସୁନାର ଫିଜିକାଲ୍ ଡିମାଣ୍ଡକୁ କମ୍ କରିବାକୁ ଚାହିଁଥାଏ। ବର୍ତ୍ତମାନ,ଆପଣ ଅଗଷ୍ଟ ୭ତାରିଖ ଯାଏଁ ମୋଦି ସରକାର ସ୍କିମ୍ ସହ ଯୋଡ଼ି ପାରିବେ। ସେପ୍ଟେମ୍ବର ମାସରେ ପୁଣି ଥରେ ସରକାର ସ୍କିମକୁ ନେଇ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.