Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଧନତେରସ ଓ ଦିପାବଳୀରେ ଶସ୍ତାରେ କିଣନ୍ତୁ ସୁନା ! ସୋମବାର ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା

9/11/2020 at 5:13 PM

ନୂଆଦିଲ୍ଲୀ ୯।୧୧: ଦିପାବଳୀ ସମୟରେ ସ୍ୱର୍ଣ୍ଣ ଆଭୂଷଣ କ୍ରୟ ଶୁଭ ମନେ କରାଯାଏ। ଏଥିଲାଗି ଦିପାବଳୀ ପୂର୍ବଦିନ ଅର୍ଥାତ ଧନତେରସରେ ଭାରତୀୟମାନେ ସୁନାଗହଣା କ୍ରୟ କରିଥାନ୍ତି। ଅଳ୍ପ ହେଉ ପଛେ ସୁନା କିଣିବା ଭାରତୀୟ ପରମ୍ପରା। ତେବେ କିଛି ଲୋକେ ନିବେଶ ଲାଗି ମଧ୍ୟ ଏହି ସମୟରେ ସୁନାଗହଣା କିଣିଥାନ୍ତି। ଗତ କିଛି ଦିନ ହେଲା ବଜାରରେ ସ୍ୱର୍ଣ୍ଣଳଙ୍କାର ମୂଲ୍ୟ ବଢିବଢି ଚାଲିଥିବା ବେଳେ ଭାରତ ସରକାର ଜନତାଙ୍କୁ ସୁଲଭ ମୂଲ୍ୟରେ ସୁନାକ୍ରୟ ଲାଗି ସୁଯୋଗ ଦେଇଛନ୍ତି।

ନିବେଶ ଲାଗି ଆଗ୍ରହୀ ଲୋକଙ୍କ ନିମନ୍ତେ ସରକାର ସୋମବାର ସୋଭରେନ ଗୋଲ୍ଡବଣ୍ଡ ଜାରି କରିଛନ୍ତି। ଏଥିରେ ନିବେଶ କରି ଲୋକେ ବଜାର ମୂଲ୍ୟରୁ ବେଶ ଶସ୍ତାରେ ସୁନା କିଣିପାରିବେ। ଏହି ଯୋଜନା ମାତ୍ର ୫ ଦିନ ଲାଗି ଉନ୍ମୁକ୍ତ ରହିଛି। ଯଦି ଯୋଜନାର ଲାଭ ନେବାକୁ ଚାହାନ୍ତି ତେବେ ବିଳମ୍ବ ନକରି ତୁରନ୍ତ ନିବେଶ କରିପାରନ୍ତି। ଏହି ଯୋଜନାରୁ ମିଳିବାକୁ ଥିବା ଲାଭ ଉପରେ ଆୟକର ରିହାତି ସାଙ୍ଗକୁ ଅନ୍ୟ ଲାଭ ମଧ୍ୟ ରହିଛି।

ଶସ୍ତାରେ ସୁନା କିଣିବାର ଏହି ଯୋଜନା ନଭେମ୍ବର ୯ ତାରିଖରୁ ଆରମ୍ଭ ହୋଇଛି।  ୧୩ ତାରିଖ ନିବେଶର ଶେଷ ଦିନ। ଏଥିରେ ଗ୍ରାହକଙ୍କୁ ମାତ୍ର ୫ ଦିନ ମିଳୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ସ୍ୱର୍ଣ୍ଣବଣ୍ଡ ବିକ୍ରିର ଏହା ଅଷ୍ଟମ ଶୃଙ୍ଖଳା। ୨୦ ଏପ୍ରିଲ ୨୦୨୦ ଆର୍ଥିକବର୍ଷ ପ୍ରାରମ୍ଭରେ ଗୋଲ୍ଡବଣ୍ଡ ନିବେଶ ଲାଗି ସରକାର ୪ ଦିନ ଲାଗି ସୁଯୋଗ ଦେଇଥିଲେ।

ଯୋଜନାରେ ଗ୍ରାହକଙ୍କୁ ପ୍ରତି ଗ୍ରାମ ସୁନା ଲାଗି ୫ ହଜାର ୧୭୭ଟଙ୍କା ଦେବାକୁ ପଡିବ। ଅର୍ଥାତ ଯଦି ଆପଣ ୧୦ ଗ୍ରାମ ସୁନା କିଣନ୍ତି ତେବେ ଆପଣଙ୍କୁ ୫୧ ହଜାର ୭୭୦ଟଙ୍କା ଦେବାକୁ ପଡିବ। ଏପରି ଗ୍ରାହକଙ୍କୁ ସରକାର ପ୍ରତି ଗ୍ରାମରେ ୫୦ ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ଦେଉଛନ୍ତି। ଏଣୁ ଗ୍ରାହକ ଅନଲାଇନରେ ସୁନା କ୍ରୟ ଲାଗି ପ୍ରତି ଗ୍ରାମ ୫ ହଜାର ୧୨୭ ଟଙ୍କା ପୈଠ କରିବେ। ଏଣୁ ଗ୍ରାହକଙ୍କୁ ୧୦ ଗ୍ରାମ ସୁନା ୫୧ ହଜାର ୨୭୦ ଟଙ୍କାରେ ମିଳିଯିବ। 

ଭାରତ ସରକାରଙ୍କ ପକ୍ଷରୁ ଏହି ବଣ୍ଡ ଆରବିଆଇଙ୍କ ସମେତ ବ୍ୟାଙ୍କ, ଡାକଘର, ଏନଏସଇ, ବିଏସଇ ଓ  ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡଙ୍କ ଦ୍ୱାରା ମଧ୍ୟ କ୍ରୟ କରିପାରିବେ। ଏହି ଗୋଲ୍ଡ ବଣ୍ଡର ପରିପକ୍ୱ ଅବଧି ୮ ବର୍ଷ। ଏହା ଉପରେ ବାର୍ଷିକ ୨.୫ ପ୍ରତିଶତ ସୁଧ ମଧ୍ୟ ଦିଆଯାଏ। ବଣ୍ଡ ଉପରେ ମିଳୁଥିବା ସୁଧ ନିବେଶକଙ୍କ ଟ୍ୟାକ୍ସ ସ୍ଲାବ ଅନୁରୂପ କରଯୋଗ୍ୟ। ତେବେ ଏହା ଟିଡିଏସ୍ ହୁଏ ନାହିଁ। ଏଥିରେ କେହିବି ଅନୁନ୍ୟ ୧ ଗ୍ରାମ ସୁନା ଲାଗି ନିବେଶ କରିପାରିବେ। ତେବେ ସର୍ବାଧିକ ୪ କିଲୋଗ୍ରାମ  ପର୍ଯ୍ୟନ୍ତ ନିବେଶ ହୋଇପାରିବ। ତେବେ କୌଣସି ନ୍ୟାସ ଅଥବା ସେହିଭଳି ସଂସ୍ଥା ୨୦ କେଜି ପର୍ଯ୍ୟନ୍ତ ସୁନା ଉପରେ ନିବେଶ କରିପାରିବେ।

   Related Posts