Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଦିଦି ଓ ଦିଦି’ କମେଣ୍ଟକୁ ନେଇ ଆପତ୍ତି ପ୍ରକାଶ କଲେ ଶୋଭନଦେବ: ‘ମମତାଙ୍କ ପ୍ରତି ଏଭଳି ଶବ୍ଦ ଅଶୋଭନୀୟ’

19/04/2021 at 12:48 PM

କୋଲକାତା ୧୯/୦୪ : ଭବାନୀପୁର ବିଧାନସଭା ଆସନରୁ ଏଥର ମମତା ବାନାର୍ଜୀଙ୍କ ବଦଳରେ ରାଜ୍ୟର ବିଜୁଳି ମନ୍ତ୍ରୀ ଶୋଭନଦେବ ଚଟ୍ଟୋପାଧ୍ୟାୟ ଟିଏମସି ପ୍ରାର୍ଥୀ ହୋଇଛନ୍ତି। ୭୭ ବର୍ଷ ବୟସ୍କ ବରିଷ୍ଠ ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ଜଣେ ଜଣାଶୁଣା ବକ୍ସର। ସେ କୋଲକାତାର ଭଦ୍ରଲୋକ ସମ୍ପ୍ରଦାୟର। ସେ ଏମିତି ଜଣେ ନେତା ଯିଏ ନିର୍ବାଚନୀ ପ୍ରଚାର ସମୟରେ ବିରୋଧୀଙ୍କ ବିରୋଧରେ କଡା ଶବ୍ଦ ବ୍ୟବହାର କରନ୍ତି ନାହିଁ। ସେ ସଭ୍ୟ ନିର୍ବାଚନୀ ପ୍ରଚାର ଉପରେ ବିଶ୍ୱାସ କରନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମମତାଙ୍କ ବିରୋଧରେ ‘ଦିଦି ଓ ଦିଦି’ କମେଣ୍ଟକୁ ଆପତ୍ତି ଦର୍ଶାଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଉଛନ୍ତି ତାହା ଠିକ ନୁହେଁ। ଆମର ମହିଳା ଭୋଟର ଏଥିପାଇଁ ଖୁବ୍ଧ। ଏହା ବହୁତ ଖରାପ ଶବ୍ଦ। ସେ ଦେଶର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ତାଙ୍କ ପ୍ରତି ଏହିଭଳି ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ। ମୋଦି ଓ ଅମିତ ଶାହ ଦେଶର ଗୁରୁତ୍ତ୍ୱପୂର୍ଣ୍ଣ ମନ୍ତ୍ରୀ। ସେମାନେ ଏହିଭଳି ଶବ୍ଦ ବ୍ୟବହାର କରିବା ଅନୁଚିତ। ଆପଣ ଦେଖିବେ ମହିଳା ଭୋଟର ମମତାଙ୍କୁ ସମର୍ଥନ କରିବେ।’

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର ସମୟରେ ଦାନବ ଓ ଦୁର୍ଯ୍ୟୋଧନ ଭଳି କଠୋର ଶବ୍ଦ ମଧ୍ୟ ବ୍ୟବହାର କରିଛନ୍ତି। ଏହି ପ୍ରସଙ୍ଗରେ ଶୋଭନଦେବ ଚଟ୍ଟୋପାଧ୍ୟାୟ କହିଛନ୍ତି, ଦାନବ ଏକ ଖରାପ ଶବ୍ଦ। ସାହିତ୍ୟରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ମୋଦି ଯେଉଁଭଳି କଡା ଶବ୍ଦ ବ୍ୟବହାର କରୁଛନ୍ତି ତାର ବିପରୀତ ଲୋକେ ପ୍ରତିକ୍ରିୟା ରଖିଥାନ୍ତି।

ରବିବାର ଦିନ ମମତା ବାନାର୍ଜୀ ଶୋଭନଦେବଙ୍କ ପାଇଁ ରୋଡ଼ ଶୋ’ କରିଥିଲେ। ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ଟିଏମସି ବିଜୟୀ ହେବ ବୋଲି ମମତାଙ୍କ ଆଶା। ମମତା ଓ ଶୋଭନଦେବଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି। ଗତ ୧୦ ବର୍ଷ ହେଲା ଭବାନୀପୁର ମମତାଙ୍କ ଆସନ। କିନ୍ତୁ ଏଥର ଏହି ଆସନରୁ ଶୋଭନଦେବ ଲଢ଼ୁଛନ୍ତି। ଏହି ଆସନରୁ ସେ ନିଶ୍ଚୟ ବିଜୟୀ ହେବେ ବୋଲି ସେ କହିଛନ୍ତି।

ଭବାନୀପୁର ଶୋଭନଦେବଙ୍କ ଜନ୍ମସ୍ଥାନ। ୫୯ ବର୍ଷ ହେଲା ସେ ରାଜନୀତି କରୁଛନ୍ତି। ୧୯୯୧ ରୁ ଏବେ ସୁଦ୍ଧା ସେ ଲଗାତାର ୭ଟି ନିର୍ବାଚନରେ ବିଜୟୀ ହୋଇଛନ୍ତି। ୧୯୯୮ ରେ ଦକ୍ଷିଣ କୋଲକାତାର ରସବିହାରୀ ଆସନରୁ ଜିତି ସେ ଟିଏମସିର ପ୍ରଥମ ବିଧାୟକ ହୋଇଥିଲେ।

ଭବାନୀପୁରକୁ ମିନି ଇଣ୍ଡିଆ ବୋଲି କୁହାଯାଏ। ଗୁଜରାଟୀ ଓ ପଞ୍ଜାବୀ ଭୋଟରଙ୍କ ଯୋଗୁଁ ଏଠାରେ ବିଜେପି ଜିତିବା ବୋଲି ଆଶା କରିଛି। ଶୋଭନଦେବ କହିଛନ୍ତି ଏହି ଆସନ ଅନେକ ଧର୍ମ ଓ ଜାତି ସହ ଏକ ମିନି ଇଣ୍ଡିଆ। ସମସ୍ତ ଶ୍ରମିକ ଓ ସଫେଇ କର୍ମଚାରୀ ତାଙ୍କ ସଂଗଠନର ଥିଲେ ଓ ତାଙ୍କୁ ସମର୍ଥନ କରୁଥିଲେ। ଏଥର ମଧ୍ୟ ଏହି ଆସନରୁ ସେ ନିଶ୍ଚୟ ଜିତିବେ ବୋଲି କହିଛନ୍ତି।

   Related Posts