ସୁଶାନ୍ତ ମୃତ୍ୟୁ ମାମଲା: ଏନସିବି ସାମ୍ନାରେ ମାନିଗଲା ସୌଭିକ୍ ଚକ୍ରବର୍ତୀ, ନେଉଥିଲା ନିୟମିତ ଡ୍ରଗ୍ସ

Published By : Prameya-News7 Bureau | September 04, 2020 IST

ମୁମ୍ବାଇ ୦୪/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ହତ୍ୟା ଓ ଆତ୍ମହତ୍ୟାଠୁ ଅଧିକ ଡ୍ରଗ୍ସ ରାକେଟରେ ପହଞ୍ଚିଲାଣି। ଗୋଟେ ପଟେ ସିବିଅାଇ ସୁଶାନ୍ତ ମୃତ୍ୟୁର ସତ ଜାଣିବାକୁ ଚେଷ୍ଟା ଚଳାଇଛି ତ ଅନ୍ୟପଟେ ଏନସିବି ଡ୍ରଗ୍ ଲିଙ୍କକୁ ନେଇ ଖୋଳତାଡ ଆରମ୍ଭ କରିଛି। ଏନସିବି ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟିମ୍ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀ ଓ ସାମୁଏଲ୍ ମିରାଣ୍ଡାଙ୍କ ଘରେ ଚଢ଼ଉ କରିଛି। ଏହା ସହ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡାକୁ ମଧ୍ୟ ଜେରା କରିଛି।

ଏବେ ସୌଭିକ ଏନସିବି ସାମ୍ନାରେ ଡ୍ରଗ୍ସ ନେଉଥିବା ସିଧାସିଧା ସ୍ବୀକାର କରିଛି। ସୌଭିକଙ୍କ ଡ୍ରଗ୍ସ ଚାଟ୍ ମଧ୍ୟ ସାମ୍ନାକୁ ଆସିଥିଲା। ଏହା ବାଦ୍ ଡ୍ରଗ ପେଡଲର୍ ମଧ୍ୟ ସୌଭିକଙ୍କ ନାଁ ନେଇଥିଲା। ଏ ପାଇଁ ସୌଭିକଙ୍କୁ ସତ ସ୍ବୀକାର କରିବା ଛଡ଼ା ଅନ୍ୟ କିଛି ରାସ୍ତା ତାଙ୍କ ପାଖରେ ନ ଥିବା କୁହାଯାଉଛି।

ଡ୍ରଗ୍ ପେଡଲର୍ ଜୈଦ ବିଲାତ୍ରା ମଧ୍ୟ ଜେରା ବେଳେ ବଡ଼ ଖୁଲାସା କରିଛନ୍ତି। ଜୁଲାଇ ଶେଷରେ ଅର୍ଥାତ୍ ସୁଶାନ୍ତ ମୃତ୍ୟୁ ପରେ ସାମୁଏଲ୍ ମିରାଣ୍ଡାଙ୍କ ଠାରୁ ଡ୍ରଗ୍ସ ନେଉଥିବା ସେ କହିଛି। ଏହା ବାଦ୍ ସୌଭିକ ନଗଦ ଟଙ୍କା ମଧ୍ୟ ଦେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.