ମୌସୁମୀ ଦକ୍ଷିଣ ଓଡିଶା ଛୁଇଁବା ସହ ମାଲକାନଗିରିର କିଛି ଅଂଶକୁ ସ୍ପର୍ଶ କରିଛି

Published By : Prameya-News7 Bureau | June 09, 2018 IST

ଓଡିଶାରେ ମୌସୁମୀ ସକ୍ରିୟ । ମୌସୁମୀ ଦକ୍ଷିଣ ଓଡିଶା ଛୁଇଁବା ସହ ମାଲକାନଗିରିର କିଛି ଅଂଶକୁ ସ୍ପର୍ଶ କରିଛି । ଏହାର ପ୍ରଭାବରେ ମାଲକାନଗିରି ସମେତ ଓଡିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ ମେଘୁଆ ରହିଛି । ଶନିବାର ରାତି କିମ୍ବା ରବିବାର ସକାଳ ସୁଦ୍ଧା ମୌସୁମୀ ଉପକୂଳ ଓଡିଶାରେ ପ୍ରବେଶ କରିବ । ଗୋଟିଏ ପଟେ ମୌସୁମୀ ପ୍ରବେଶ କରିଥିବାବେଳେ ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ ରହିଛି । ୨ଦିନ ମଧ୍ୟରେ ଏହା ଅବପାତର ରୂପ ନେବା ସହ ବାଂଲାଦେଶ ଉପକୂଳ ଛୁଇଁବ । ଏହା ଫଳରେ ଉପକୂଳ ଓଡିଶାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୬୦କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆହୁରି କୁହାଯାଉଛି ୧୧ ତାରିଖ ସୁଦ୍ଧା ପୁରା ଓଡିଶାକୁ ମୌସୁମୀ ଛୁଇଁବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.