କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୧/୬: ୨ମାସର ଅସହ୍ୟ ଗ୍ରୀଷ୍ମତାତି ପରେ ଦେଶକୁ ଏବେ ଏଥିରୁ ମୁକ୍ତି ମିଳିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କହିଛନ୍ତି ଯେ ମୌସୁମୀ ଭାରତରେ ପ୍ରବେଶ କରି ସାରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ପହଞ୍ଚି ସାରିଛି। ଏହା ଦ୍ବାରା କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଏହା ଭାରତର ଅନ୍ୟ ରାଜ୍ୟକୁ ମଧ୍ୟ ପହଞ୍ଚିଯିବ।

wp:html /wp:html

ଦକ୍ଷିଣ -ପଶ୍ଚିମ ମୌସୁମୀ କେରଳ ଛୁଇଁବା ସହ ବର୍ଷା ଦିନ ଆରମ୍ଭ ହୋଇ ଯାଇଛି। ଆଇଏମଡିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁ ସାରିଛି।

ଜୁନ୍ ମାସରୁ ସେପ୍ଟେମ୍ବର ଯାଏଁ ରହୁଥିବା ମୌସୁମୀ ଯୋଗୁଁ ଭାରତରେ ୭୫ପ୍ରତିଶତ ବର୍ଷା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.