Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଓଡିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ : ସୁନାବେଡାର ବିବାଦୀୟ ସ୍ଥାନରେ ସ୍ଥିତି ପରଖିବେ ଦକ୍ଷିଣାଞ୍ଚଳ ଆରଡିସି

21/11/2020 at 10:25 AM

ଜୟପୁର ୨୧।୧୧: କୋରାପୁଟ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁର ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ପରଖିବେ ଦକ୍ଷିଣାଞ୍ଚଳ ଆରଡିସି ଟି. ଅପାଙ୍ଗ ଆଓ । ତାଙ୍କ ସହ ଜିଲ୍ଲା ପ୍ରଶାସନର ଏକ ଟିମ୍ ସହ ପଟ୍ଟାଙ୍ଗୀ ତହସିଲଦାର, ଆରଆଇ ଓ ରେଭେନ୍ୟୁ ସୁପରଭାଇଜର ମଧ୍ୟ ଘଟଣାସ୍ଥଳକୁ ଯିବେ ।

ଲଗାତାର ଏହି ଖବର ନ୍ୟୁଜ ୭ରେ ପ୍ରସାରଣ ପରେ ଘଟଣାସ୍ଥଳରେ ପହଞ୍ଚି ଉଭୟ ରାଜ୍ୟର ଅଧିକାରୀମାନେ ରାସ୍ତା ଅବରୋଧ ହଟାଇବା ସହ ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ରାଜି ହୋଇଛନ୍ତି । ଏପରିକି ଓଡିଶା ପଟରୁ ୫ଜଣିଆ ଟିମ୍ ଯାଇ ଓଡିଶା ସୀମାରେ ଥିବା ଖୁଣ୍ଟ ମଧ୍ୟ ଚିହ୍ନଟ କରିଛନ୍ତି ।

ତେବେ ଆରଡିସିଙ୍କ ଗସ୍ତ ପୂର୍ବରୁ ପୁଣିଥରେ ସୀମାନ୍ତ ଆନ୍ଧ୍ରର ଲୋକ ଆରମ୍ଭ କରିଛନ୍ତି ଦାଦାଗିରି । ସୀମାବର୍ତ୍ତି ଅଞ୍ଚଳରେ ରାସ୍ତା କଡରେ ପଥର ରଖି ଅସ୍ଥାୟୀ ସୀମା ଚିହ୍ନଟ କରିବା ସହ ପତାକା ମାରି ପୁଣିଥରେ ଓଡିଶାକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ଏପରିକି ରାସ୍ତାରେ ବର୍ଡର ମଧ୍ୟ ଲେଖିଛନ୍ତି ।

   Related Posts