୪୮ଘଣ୍ଟାରେ ପୁଣି ଦମ୍‌ ଦେଖାଇଲା ଭାରତୀୟ ସେନା, ପାଙ୍ଗଙ୍ଗ୍‌ରେ ଚୀନ୍ ସେନାକୁ ରୋକିଲା

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୨।୯: ଭାରତ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ପୂର୍ବ ଲଦାଖରେ ଏଲଏସିରେ ୨୯ ଅଗଷ୍ଟ ରାତିରେ ସୃଷ୍ଟି ହୋଇଥିବା ବିବାଦ ପରେ ଉତ୍ତେଜନା ଲାଗି ରହିଛି । ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିବା ସହ ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳକୁ ନିଜ କବଜାକୁ ନେଇଛି ଭାରତୀୟ ସେନା । ଏହାସହ ପୋଙ୍ଗୟାଙ୍ଗ ହ୍ରଦ ଅଞ୍ଚଳରେ ସେନା ମୁତୟନ ବୃଦ୍ଧି କରିଦିଆଯାଇଛି ।

ସେନା ସହ ଜଡିତ ସୂତ୍ର ଅନୁସାରେ ଏବେ ଦକ୍ଷିଣ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତୀୟ ସେନାର ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ ମଙ୍ଗଳବାର ଦିନ ଚୁସୁଲରେ ଲଗାତର ଦ୍ବିତୀୟ ଦିନରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସେନା ଉଚ୍ଚ ଅଞ୍ଚଳରେ କବଜା କରିସାରିଛି । ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ନ ନଜର ରଖାଯାଉଛି । ଉଭୟ ଦେଶ ପକ୍ଷରୁ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ ରଖାଯାଇଛି ।

ସୂତ୍ର ଅନୁସାରେ ଦକ୍ଷିଣ ଅଞ୍ଚଳ ମଧ୍ୟରେ ଫିଙ୍ଗର ଫାଇଭ୍ ଏବଂ ତାଙ୍କ ନିକଟବର୍ତ୍ତୀ ଅଞ୍ଚଳ ଆସୁଛି । ଯେଉଁଠାରେ କିଛି ସମୟ ପାଇଁ ଚୀନ୍ ସେନା ଅକ୍ତିଆର କରିଥିଲା । ଫିଙ୍ଗର ଫାଇଭ୍ ଉଚ୍ଚ ସ୍ଥାନରେ ମଧ୍ୟ ଚୀନ୍ ସେନା କବଜା କରିଥିଲେ । ମାତ୍ର ଭାରତୀୟ ସେନା ନା କେବଳ ଚୀନ୍ ସେନାକୁ ଆଗକୁ ବଢିବାକୁ ଦେଇନଥିଲା ବରଂ ପଛକୁ ହଟିବାକୁ ମଧ୍ୟ ବାଧ୍ୟ କରିଥିଲା ।

ବର୍ତ୍ତମାନ ଭାରତୀୟ ସେନା ଦକ୍ଷିଣ ଅଞ୍ଚଳର ଉଚ୍ଚ ସ୍ଥାନରେ ସେନା ମୃତୟନ କରିସାରିଛି । ଏହା ଫଳରେ ଭାରତୀୟ ସେନା ଚୀନ୍ ସେନାକୁ ଉଚିତ୍ ଜବାବ ମଧ୍ୟ ଦେଇଛି । ଚୀନ୍ ସେନା ବର୍ତ୍ତମାନ ହ୍ରଦର ଉତ୍ତର ଅଞ୍ଚଳରେ ରହିଛନ୍ତି । ଯାହା ଫିଙ୍ଗର ସିକ୍ସ ଏବଂ ଫିଙ୍ଗର ଏଇଟ ମଧ୍ୟରେ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.