Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଗଞ୍ଜାମରେ ବସ୍‌ରେ କରେଣ୍ଟ ଲାଗିବା ଘଟଣା : ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଦୁର୍ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କଲା ସାଉଥ୍‌କୋ

10/02/2020 at 9:54 AM

ବ୍ରହ୍ମପୁର ୧୦।୨: ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଯିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ୨୫ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ଭିତରୁ  ବ୍ରହ୍ମପୁର ଏମକେସିଜିରେ ୧୮ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ, କଟକ ବଡ ମେଡିକାଲରେ ୭ଜଣଙ୍କ ଚିକିତ୍ସା ଚାଲିଛି  । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କ ମଧ୍ୟରେ ୫ ମହିଳା  ଓ ୨ ପୁରୁଷ ଅଛନ୍ତି । ୭ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ପାଇଁ ୬ ବେଡ୍ ବିଶିଷ୍ଟ ଆଇସିୟୁ ପ୍ରସ୍ତୁତ ହୋଇ ରହିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏହି ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦେଇଛି ସାଉଥକୋ  । ଦୁର୍ଘଟଣା ନେଇ ସାଉଥକୋର ତଦନ୍ତକାରୀ ଟିମ୍ ରିପୋର୍ଟ ଦେଇଛି । ସଂକୀର୍ଣ୍ଣ ରାସ୍ତାରେ ବଡ ବସ୍ ଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି । ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦିଆଯାଇଛି । ୨୦୧୮ ମସିହା ରାସ୍ତା କାମ ବେଳେ ତାର ଓହଳିଥିଲା । ଏହାର ସୁବ୍ୟସ୍ଥିତ କରିବା ପାଇଁ ସାଉଥକୋ କର୍ତ୍ତୃପକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଏପରିକି ସାଉଥକୋ ନିକଟରେ ଏହାର ବ୍ୟବସ୍ଥା କରିବାକୁ ଆବଶ୍ୟକ ଅର୍ଥ ପୈଠ କରିନଥିଲେ  । ଯାହାଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାଉଥକୋ କହିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବସ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ।

ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ବପ୍ନ, ମଝି ରାସ୍ତାରେ ଛାରଖାର ହୋଇଯାଇଛି । ମେଣ୍ଡରାଜପୁର ଗାଁରୁ ଚିକରଡା ଯାଉଥିଲା ବସ୍ । ଡଙ୍ଗଲପାଡୁ ଗାଁର ଓମ୍ ହରିଙ୍କ ବିବାହ ଚକରଡା ଗାଁର ପଦ୍ମାଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ହେବ ବୋଲି ସ୍ଥିର ହୋଇଥିଲା । ଏଥିପାଇଁ ଗତକାଲି ନିର୍ବନ୍ଧ କରିବାକୁ ତାଙ୍କ ପରିବାର ଲୋକ ବସରେ ଯାଉଥିଲେ । ଏହି ସମୟରେ ଗାଁ ରାସ୍ତାରେ ତଳକୁ ଝୁଲି ରହିଥିବା ୧୧କେଭି ବିଦ୍ୟୁତ୍ ତାର ବସର ଛାତ ଉପର କ୍ୟାରିଅର ହୁକରେ ଲାଗି ଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ପ୍ରବାହ ହୋଇ ଜଳିଯାଇଥିଲେ ବସରେ ଥିବା ଅଧିକାଂଶ ଯାତ୍ରୀ । ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ପୁରା ବସରେ କରେଣ୍ଟ ଲାଗି ଯାଇଥିଲା । ପୁରା ବସରେ କରେଣ୍ଟ ଏତେ ଜୋର ଥିଲା ଯେ, ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା ।

ଏଭଳି ଏକ ଦୁର୍ଘଟଣାକୁ ନେଇ ସାରା ରାଜ୍ୟ ଶୋକରେ ବୁଡି ରହିଥିବା ବେଳେ, ଏହି ଅଘଟଣ ପାଇଁ କିଏ ଦାୟୀ, ସେନେଇ ଚାଲିଛି କାରଣ ଖୋଜା । ଏହି ଛାତିଥରା ଘଟଣାକୁ ନେଇ କାଠଗଡାକୁ ଟାଣି ହୋଇଯାଇଛନ୍ତି ବସର ଡ୍ରାଇଭର, ପୂର୍ତ୍ତ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ । କିଏ ଦାୟୀ, ଆଉ କାହାର ଭୁଲ୍ ପାଇଁ ଏତେ ବଡ ଅଘଟଣ ଘଟିଗଲା, ସେନେଇ ଉଠୁଛି ବଡ ପ୍ରଶ୍ନ ।

   Related Posts