Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ସଂକ୍ରମିତ ଫ୍ୟାନ୍‌ଙ୍କ ଶେଷ ଇଚ୍ଛା ପୁରା କଲେ ଏହି ସାଉଥ୍ ସୁପରଷ୍ଟାର୍, ଫ୍ୟାନ୍‌ଙ୍କ ସହ କଥାହୋଇ କାନ୍ଦି ପକାଇଲେ

3/05/2021 at 4:06 PM

ନୂଆଦିଲ୍ଲୀ ୩।୫: ଲୋକପ୍ରିୟ ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଫ୍ୟାନ୍ସଙ୍କ ସହ ସବୁବେଳେ ଜୋଡିହୋଇ ରହିଥାନ୍ତ ।ସେ ସର୍ବଦା ତାଙ୍କ ପ୍ରଶଂସକଙ୍କ ସହିତ ନିଜ ବ୍ୟବହାରକୁ ସରଳ ଏବଂ ସାଧାରଣ ରଖନ୍ତି । ଏହି କାରଣରୁ କମ୍ ସମୟ ମଧ୍ୟରେ ସେ  ଅନେକ ଫ୍ୟାନ୍ ଫଲୋଇଙ୍ଗ କରିସାରିଛନ୍ତି । ନିକଟରେ ଅଭିନେତା ବିଜୟ ଦେବରାକୋଣ୍ଡା ତାଙ୍କର ଜଣେ ଫ୍ୟାନ୍ଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି । ଏହାସହ ସେ ନିଜେ ମଧ୍ୟ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ।

ପ୍ରକୃତରେ ବିଜୟଙ୍କ ଫ୍ୟାନ୍ ତଥା କରୋନା ସଂକ୍ରମିତ ହୋଇଥିବା ହେମନ୍ତଙ୍କର ଶେଷ ଇଚ୍ଛା ଥିଲା ଯେ ସେ ବିଜୟଙ୍କୁ ଭେଟନ୍ତୁ ବୋଲି । ବିଜୟଙ୍କ ଟିମ୍ ଏହା ଜାଣିବା ପରେ ଭିଡିଓ କଲ୍ ଜରିଆରେ ହେମନ୍ତଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଫ୍ୟାନ୍ ଙ୍କ ସହ ଭିଡିଓ କଲରେ କଥା ହେବାବେଳେ ବିଜୟ ଭାବପ୍ରବଣ ହୋଇଯାଇଥିଲେ । ସେ ଏ ସମ୍ପର୍କରେ ଫେସବୁକରେ ନିଜର ଅନୁଭବ ମଧ୍ୟ ସେୟାର କରିଛନ୍ତି ।

ବିଜୟ ଲେଖିଛନ୍ତି, ‘ମୁଁ ତୁମକୁ ମିସ୍ କରୁଛି ହେମନ୍ତ… ମୁଁ ବହୁତ ଖୁସି ଯେ ଆମ କଥା ହେଲେ ଏବଂ ମୋତେ ତୁମର ସୁନ୍ଦର ହସ ଦେଖିବାକୁ ମିଳିଲା, ତୁମ ଭଲପାଇବାକୁ ଦେଖିଲି ଏବଂ ଭପପାଇବା ଦେଲି ମଧ୍ୟ । ଆଖି ଲୁହରେ ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି । ଯେଉଁମାନେ ମୋତେ ଯୋଗାଯୋଗ କରିଥିଲେ ଏବଂ ମୋତେ ଏଭଳି ଜଣେ ସୁନ୍ଦର ଯୁବକଙ୍କ ସହ ପରିଚିତ କରାଇଥିବାରୁ ସେମାନଙ୍କୁ ଧନ୍ୟବାଦ । ତୁମେ ସବୁବେଳେ ମନେପଡିବ ହେମନ୍ତ । ମୁଁ ଚାହୁଁଛି ତୁମେ ଏବଂ ତୁମର ସ୍ମୃତି ସବୁବେଳେ ମୋ ଟାଇମଲାଇନରେ ରହୁ ।

ଭିଡିଓରେ ଦେଖିବାକୁ ମିଳିଛି ବେଡ୍ ରେ ଶୋଇଥିବା ହେମନ୍ତ, ବିଜୟଙ୍କ ସହ କଥା ହୋଇ ନିଜ ଖୁସିବ୍ୟକ୍ତ କରୁଛି । ହେମନ୍ତ କହୁଥିଲେ ଯେ, ସେ ତାଙ୍କ ପସନ୍ଦର ଷ୍ଟାର ସହ କଥାହୋଇ ଖୁସି ଅଛନ୍ତି । ହେମନ୍ତ ବିଜୟଙ୍କୁ ଆନ୍ନା ବୋଲି ଡାକୁଥିଲେ । ଏହାସହ ହେମନ୍ତ ଏହା ମଧ୍ୟ କହୁଥିଲେ ଯେ, ଯଦି ମୋତେ କରୋନା ହୋଇନଥାନ୍ତା କେତେ ଭଲ ହୋଇଥାନ୍ତା ।

   Related Posts