ସାଉଥ୍‌ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ବଲିଉଡରେ କରିବେ ଏଣ୍ଟ୍ରି

Published By : Prameya-News7 Bureau | December 01, 2019 IST

ତେଲୁଗୁ ସୁପରଷ୍ଟାର୍ ତଥା ଭିନ୍ନ ସ୍ବାଦର ଫିଲ୍ମ କରିବା ପାଇଁ ଜଣାଶୁଣା ଅଭିନେତା ବିଜୟ ଦେବରାକୋଣ୍ଡା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।ସମଗ୍ର ଦେଶରେ ବିଜୟଙ୍କର ଅସଂଖ୍ୟ ଫ୍ୟାନ୍ସ ଅଛନ୍ତି। ଲକ୍ଷ ଲକ୍ଷ ଝିଅଙ୍କ ଦିଲରେ ରାଜ କରନ୍ତି ବିଜୟ। ସୁପରହିଟ୍‌ ଫିଲ୍ମ ଅର୍ଜୁନ ରେଡ୍ଡିରେ ଅଭିନୟ କରିବା ପରେ ସେ ଖୁବ ପ୍ରତିଷ୍ଠା ହାସଲ କରିଛନ୍ତି। ଲୋକପ୍ରିୟ ଅଭିନେତା ବିଜୟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଯେ, ସେ ବଲିଉଡରେ ଖୁବ ଶୀଘ୍ର ପାଦ ଦେବାକୁ ଯାଉଛନ୍ତି। ଏହି ଖବର ଅନେକ ଦର୍ଶକଙ୍କୁ ଉତ୍ସାହିତ କରିଛି।

{"id":192437,"sizeSlug":"large"}

ଗୋଆରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ବିଜୟ ନିଜେ ଏହି କଥା କହିଛନ୍ତି। ତାଙ୍କ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ ବଲିଉଡ ଫିଲ୍ମ କବୀର ସିଂହ ବକ୍ସ ଅଫିସରେ ହିଟ ହେବା ପରଠୁ ବିଜୟଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନିକଟରେ ବିଜୟଙ୍କ ଅଭିନୀତ ଫିଲ୍ମ ଡିୟର କମ୍ରେଡ ତାଙ୍କୁ ଆଉ ଏକ ସଫଳତା ଦେଇଛି।ତାଙ୍କ ଡେବ୍ୟୁ ନେଇ ଏବେ ଦର୍ଶକ ଅପେକ୍ଷାରେ ରହିବେ। ଏହାପରେ ବିଜୟଙ୍କ ବଲିଉଡ ଡେବ୍ୟକୁ ତାଙ୍କ ପ୍ରଂଶସକମାନେ ଅପେକ୍ଷା କରିଥିଲେ। ଖୁବଶୀଘ୍ର ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.