ଦକ୍ଷିଣର ସୁପରଷ୍ଟାର୍ ଚିରଞ୍ଜିବୀ କରୋନାରେ ସଂକ୍ରମିତ : ଦିନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିଲା ସାକ୍ଷାତ

Published By : Prameya-News7 Bureau | November 09, 2020 IST

ମୁମ୍ବାଇ ୯/୧୧: ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ପ୍ରଶଂସକଙ୍କୁ ନିଜ କରୋନା ଭାଇରସ୍ ଟେଷ୍ଟ୍ ରେଜଲ୍ଟ ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ସେ ଗତ ୫ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

wp:core-embed/twitter {"url":"https://twitter.com/KChiruTweets/status/1325668848465444864","type":"rich","providerNameSlug":"twitter","className":""}
https://twitter.com/KChiruTweets/status/1325668848465444864
/wp:core-embed/twitter

ଚିରଞ୍ଜିବୀ ଟ୍ବିଟ୍ କରି କହିଛନ୍ତି ଯେ ସେ ନିଜ ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ପ୍ରୋଟୋକଲ୍ ଅନୁସାରେ କରୋନା ଟେଷ୍ଟ୍ କରାଇଥିଲେ ଯେଉଁଥିରେ ତାଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କଠାରେ କୌଣସି ପ୍ରକାରର ଲକ୍ଷଣ ନଥିଲା କିନ୍ତୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ କରିଛନ୍ତି। ଚିରଞ୍ଜିବୀଙ୍କ ଏହି ଟ୍ବିଟ୍ ପରଠୁ ହିଁ ଟ୍ବିଟରେ ପ୍ରଶଂସକଙ୍କ ଆରୋଗ୍ୟ କାମନା ଆରମ୍ଭ ହୋଇ ଯାଇଛି। ସମସ୍ତେ ନିଜ ଆନ୍ନା(ବଡ଼ ଭାଇ)ଙ୍କ ଶୀଘ୍ର ଠିକ୍ ହୋଇଯିବାକୁ ପ୍ରାର୍ଥନା କରିଛନ୍ତି। ପ୍ରଶଂସକମାନେ ଅଭିନେତାଙ୍କୁ ନିଜ ଧ୍ୟାନ ରଖିବାକୁ ମଧ୍ୟ କହିଛନ୍ତି।

{"id":358711,"sizeSlug":"large"}

ନିକଟରେ ଚିରଞ୍ଜିବୀ ଏବଂ ନାଗାର୍ଜୁନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ। ସେ ହାଇଦ୍ରାବାଦ ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଡୋନେସନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ୨ଅଭିନେତାଙ୍କ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସାମନାକୁ ଆସିଥିଲା।

{"id":358712,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.