ଜାହାକୁ ରଖିବେ ଅନନ୍ତ ! ଦକ୍ଷିଣ ସୁଦାନ ବିମାନ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଲେ ଜଣେ ଯାତ୍ରୀ, ୭ ମୃତ

Published By : Prameya-News7 Bureau | August 22, 2020 IST

ଜୁବା ୨୨।୮: ଆପ୍ତ ବାକ୍ୟ ଯାହାକୁ ରଖିବେ ଅନନ୍ତ ପୁଣି ଥରେ ପ୍ରମାଣିତ ହୋଇଛି। ଶନିବାର ଦକ୍ଷିଣ ସୁଦାନ ରାଜଧାନୀ ଜୁବା ନିକଟରେ ଏକ କାର୍ଗୋ ବିମାନ ଦୁର୍ଘଟଣାରେ ଧ୍ୱଂସ ହୋଇଯାଇଛି। ତେବେ ବିମାନରେ ଯାତ୍ରା କରୁଥିବା ଜନୈକ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ବର୍ତ୍ତି ଯାଇଥିବା ବେଳେ ସେ ସୁସ୍ଥ ଥିବା ପରିବହନ ମନ୍ତ୍ରୀ କହିଛନ୍ତି।

{"id":318662,"width":584,"height":326,"sizeSlug":"large"}

ଜୁବା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରାୟ ୭ କିଲୋମିଟର ଦୂର କାମେରୁ ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ପୂର୍ବାହ୍ନରେ କାର୍ଗୋ ବିମାନ ୩ ଜଣ ଯାତ୍ରୀ ଓ ୫ ଜଣ ଚାଳକ ଦଳସଦସ୍ୟଙ୍କ ସହ ଉଡାଣ କରିଥିଲା। ରନୱେରୁ ଟେକଅଫ କରିବାର ମାତ୍ର କିଛି ସେକେଣ୍ଡ ପରେ ଖସିପଡି ଧ୍ୱଂସ ହୋଇଯାଇଥିଲା। ଏଥିରେ ଯାତ୍ରା କରୁଥିବା ୨ ଯାତ୍ରୀ ଓ ୫ ଚାଳକ ଦଳ ସଦସ୍ୟ ପ୍ରାଣ ହରାଇଛନ୍ତି। ତେବେ ଅନ୍ୟ ଜଣେ ଯାତ୍ରୀ ବିମାନ ଧ୍ୱଂସାବଶେଷ ତଳୁ ସମ୍ପୂର୍ଣ୍ଣ ସୁସ୍ଥ ଉଦ୍ଧାର ହୋଇଛନ୍ତି।  

wp:html /wp:html

ଅପରଚ୍ୟୁନିଟି ବ୍ୟାଙ୍କର କ୍ୟାସ୍ ବିମାନରେ ୱାଉ ରିଜିଅନକୁ ଯାଉଥିଲା। ଏଥିରେ ୩ ଜଣ ବ୍ୟାଙ୍କ କର୍ମଚାରୀ ଯାତ୍ରା କରୁଥିବା ବେଳେ ଏମାନେ ସମସ୍ତେ ଦକ୍ଷିଣ ସୁଦାନର। ତେବେ ବିମାନର ସମସ୍ତ ଚାଳକ ଦଳ ସଦସ୍ୟ ଋଷିୟ ନାଗରିକ। ବିମାନଟି ଘରୋଇ କମ୍ପାନୀ ସାଉଥ୍ ୱେଷ୍ଟ ଆଭିଏସନର ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.