Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ପସ୍କୋ ବନ୍ଦ ହେବାପରେ ଏବେ ଓଡିଶାରେ ପୁଞ୍ଜି ନିବେଶ ପାଇଁ ପୁଣି ଆଗ୍ରହୀ କୋରିଆ , ଏହି ସବୁ କ୍ଷେତ୍ରରେ କରିବ ବିନିଯୋଗ

23/09/2019 at 5:51 PM

ଭୁବନେଶ୍ବର୨୩|୯: ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ କୋରିଆ ।  ପସ୍କୋ ପ୍ରକଳ୍ପର ତିକ୍ତ ଅନୁଭୁତିକୁ ଭୁଲି ଓଡିଶାରେ ବିଭିନ୍ନ ସେକ୍ଟରରେ ନୂଆ କରି ପୁଞ୍ଜିନିବେଶ କରିବାକୁ ଚାହୁଁଛି ଦକ୍ଷିଣ କୋରିଆର କିଛି କମ୍ପାନି । ଏନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍ କିଲ୍ ଙ୍କ ନେତୃତ୍ବରେ ଏକ ୪୬ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଓଡିଶାରେ ୬ଟି ସେକ୍ଟରରେ ଥିବା ବ୍ୟାପକ ସୁଯୋଗ ରହିଛି। ଇଲେକ୍ଟ୍ରୋନିକସ, ଉତ୍ପାଦନ, ପେଟ୍ରୋକେମିକାଲ, କେମିକାଲସ, ଟେକ୍ସଟାଇଲ, ଟୁରିଜିମ୍, ଓ ମେଟାଲ ଓ ଫୁଡ୍ ପ୍ରୋସେସିଙ୍ଗର ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରି କ୍ଷେତ୍ରରେ ଦକ୍ଷିଣ କୋରିଆ ପୁଞ୍ଜି ନିବେଶ କରୁ ବୋଲି ଓଡିଶା ଚାହୁଁଛି ।

ଏଥିପାଇଁ ରାଜ୍ୟ ସରକାର ବ୍ୟବସାୟ ଅନୁକୁଳ ପରିବେଶ, ଆବଶ୍ୟକ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଦକ୍ଷିଣ କୋରିଆ ମଧ୍ୟ କୃଷି, ପଶୁସଂପଦ, ହର୍ଟିକଲଚର, ସର୍ଭିସ ସେକ୍ଟର ଓ ଟୁରିଜିମ୍ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ।

ଏବେ ସବୁଠୁ ବଡପ୍ରଶ୍ନ ଉଠୁଛି ଦକ୍ଷିଣ କୋରିଆ ଓଡିଶାରେ ପୁଞ୍ଜିନିବେଶ ନେଇ କେତେ ସିରିୟସ । ୨୦୦୫ରେ କୋରିଆର ପସ୍କୋ ଷ୍ଟିଲ କଂପାନୀ ପାରାଦ୍ବୀପ ନିକଟରେ ୫୨ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି ଚୁକ୍ତିସ୍ବାକ୍ଷରିତ କରିଥିଲା । ପରେ କଂପାନୀ ଓଡିଶା ପ୍ରକଳ୍ପରୁ ଓହରିଯାଇ ଅଫିସ ବନ୍ଦ କରି କୋରିଆ ପଳେଇଗଲା ।

ଏବେ ପସ୍କୋପାଇଁ ଉଦ୍ଧିଷ୍ଟ ଜମି ଜେଏସଡବ୍ଲୁ କଂପାନୀଙ୍କୁ ଦିଆସରିଛି । ଏତିକିବେଳେ କୋରିଆର ବିଭିନ୍ନ କଂପାନୀ ଓଡିଶାରେ ପୁଞ୍ଜି ନିବେଶ କରିବାକୁ ପୁଣି ଆଗ୍ରହ ପ୍ରକାଶ କରୁଥିବାରୁ ଏନେଇ ନାନା ପ୍ରଶ୍ନ ପ୍ରକାଶ ପାଇବା ସ୍ବାଭାବିକ । ବିରୋଧି କହୁଛନ୍ତି ଏହା କେବଳ ପ୍ରହସନ ।

ଦକ୍ଷିଣ କୋରିଆର ସାମସଙ୍ଗ୍, ଏଲଜି, ହୁଣ୍ଡାଇ ଓ କିଆ ଭଳି  ବଡବଡ କଂପାନୀ ଓଡିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହୀ । ସେମାନେ ମଧ୍ୟ କୋରିଆ ରାଷ୍ଟ୍ରଦୂତଙ୍କ ଟିମ୍ ରେ ସାମିଲ ଥିଲେ ।

   Related Posts