ମାଲିକାଣୀଙ୍କ ଜୀବନ ବଞ୍ଚାଇବା ପରେ ପୋଷା କୁକୁରକୁ ମିଳିଲା ବଡ଼ ଚାକିରୀ: ପ୍ରଥମ ସମ୍ମାନଜନକ ରେସ୍କ୍ୟୁ ଡଗ୍‌ ଭାବେ ହେଲା ନିଯୁକ୍ତ

Published By : Prameya-News7 Bureau | September 10, 2021 IST

ସିଓଲ, ୧୦/୦୯: କୁହାଯାଏ କୁକୁର ହେଉଛି ମଣିଷର ସବୁଠାରୁ ଭଲ ଏବଂ ବିଶ୍ୱସ୍ତ ବନ୍ଧୁ । ଏମିତି କେତେ ଉଦାହରଣ ଆପଣ ଦେଖିଥିବେ । ସେହିଭଳି ଏକ ଘଟଣା ଦକ୍ଷିଣ କୋରିଆରୁ ଆସିଛି । କିନ୍ତୁ ଏହା ଟିକେ ଭିନ୍ନ । ମାଲିକାଣୀଙ୍କ ଜୀବନ ବଞ୍ଚାଇବା ପରେ ପୋଷା କୁକୁରକୁ ବଡ଼ ଚାକିରୀ ମିଳିଛି । ଦକ୍ଷିଣ କୋରିଆର ପ୍ରଥମ ସମ୍ମାନଜନକ ରେସ୍କ୍ୟୁ ଡଗ୍‌ ଭାବେ କୁକୁରଟିକୁ ନିଯୁକ୍ତି ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ୪ ବର୍ଷୀୟ ଏହି କୁକୁରର ନାମ ବାଇକେଗୁ । ଏହାର ମାଲିକାଣୀଙ୍କ ବୟସ ୯୦ ବର୍ଷ । ସେ ଦକ୍ଷିଣ କୋରିଆରର ହଙ୍ଗ୍‌ସିଓଙ୍ଗ ସହରରେ ରୁହନ୍ତି । ପ୍ରେସ୍‌ ରିଲିଜ୍‌ ଏବଂ ସରକାରଙ୍କ ତଥ୍ୟ ଅନୁସାରେ ଅଗଷ୍ଟ ୨୫ ତାରିଖରେ ସେ ନିଖୋଜ ହୋଇଯାଇଥିଲେ । ପୋଲିସ୍‌ ତାଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଥିଲା । ପାଖ ଏକ ସିସିଟିଭିରୁ ଜଣାପଡ଼ିଥିଲା ଯେ, ମହିଳା ଏବଂ ତାଙ୍କ କୁକୁର ଗ୍ରାମ ବାହାରକୁ ଯାଉଛନ୍ତି । ପୋଲିସ୍ ଅଗ୍ନିସମ ବାହିନୀ ଏବଂ କିଛି ସ୍ୱଚ୍ଛାସେବୀ ତାଙ୍କୁ ଖୋଜିବାକୁ ଲାଗିଲେ ।

{"id":509505,"sizeSlug":"full","linkDestination":"none"}

ଶେଷରେ ୪୦ ଘଣ୍ଟାର ଅପରେଶନ୍‌ ପରେ ତାଙ୍କୁ ଏକ ଧାନବିଲ ମଝିରୁ ଉଦ୍ଧାର କରାଯାଇଥିଲା । ସେ ଅତ୍ୟଧିକ ବର୍ଷାରେ ଭିଜି କୋଲାପ୍ସଡ୍‌ ହୋଇଯାଇଥିଲେ । ଫଳରେ ସେ ଚାଲିବାକୁ ସକ୍ଷମ ନଥିଲେ । ରାତି ସାରା ଥଣ୍ଡାରେ ବୃଦ୍ଧା ଏକ ପ୍ରକାର ଜଡ଼ ପାଲଟିଯାଉଥିଲେ । କିନ୍ତୁ ମାଲିକାଣୀଙ୍କ ପାଖକୁ ଲାଗି ବାଇକେଗୁ ସେମିତି ରାତି ସାରା ଛିଡ଼ା ହୋଇଥିଲା । ତାଙ୍କୁ ଉଷୁମ୍‌ ଯୋଗାଉଥିଲା ।

ତେବେ ପୋଲିସ୍‌ ସିସିଟିଭି ଆଧାରରେ ତାଙ୍କୁ ଖୋଜିବାକୁ ଡ୍ରୋନ୍‌ ସେହି ଅଞ୍ଚଳକୁ ଛାଡ଼ିଥିଲା । ବିଲ ମଝିରେ ଧଳା କୁକୁରଟି ତାଙ୍କୁ ଦେଖାଯାଇଥିଲା । ସେତେବେଳେ ମଧ୍ୟରେ ସେ ମାଲିକାଣୀଙ୍କ ସହ ରହିଥିଲା । ଯାହାଫଳରେ ତାଙ୍କୁ ପୋଲିସ୍‌ ଖୋଜି ପାଇବାକୁ ସକ୍ଷମ ହୋଇଥିଲା । ବାଇକେଗୁ ପାଇଁ ଆଜି ୯୦ ବର୍ଷୀୟ ମାଲିକାଣୀଙ୍କ ଜୀବନ ବଞ୍ଚିଯାଇଥିଲା । ତେଣୁ ଏହି କୁକୁରଟିକୁ ଦକ୍ଷିଣ କୋରିଆର ପ୍ରଥମ ସମ୍ମାନଜନକ ରେସ୍କ୍ୟୁ ଡଗ୍‌ ଚାକିରୀ ପ୍ରଦାନ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.