ଦକ୍ଷିଣ କୋରିଆ ଅର୍ଥମନ୍ତ୍ରୀଙ୍କୁ ମହଙ୍ଗାପଡିଲା ଟେନାଣ୍ଟ ଆଇନ, ନିଜ ପାଇଁ ଖୋଜୁଛନ୍ତି ଘର

Published By : Prameya-News7 Bureau | October 22, 2020 IST

ସିଓଲ : ଦକ୍ଷିଣ କୋରିଆ ଆର୍ଥିକ ସୁଧାର ଲାଗି ଅର୍ଥମନ୍ତ୍ରୀ ହଙ୍ଗ ନାମ-କି ନୂଆ ଟେନାଣ୍ଟ ଆଇନ ଆଣିଛନ୍ତି। ତେବେ ଏହି ଆଇନ ଏବେ ତାଙ୍କ ଲାଗି ବୁମେରାଂ ପାଲଟିଛି। ଘର ମାଲିକ ତାଙ୍କୁ ଘର ଛାଡିବାକୁ ନୋଟିସ କରିଥିବା ବେଳେ ସେ ରାଜଧାନୀରେ ନିଜ ଲାଗି ଘରଭଡ଼ା ଖୋଜୁଛନ୍ତି। ନାମ-କି ଯେଉଁଠରେ ରହୁଛନ୍ତି ସଂସଦରୁ ତାହା ମାତ୍ର ୨୦ ମିନିଟ୍‌ର ଦୂର। ହେଲେ ଏବେ ସେହି ସ୍ଥାନ ବା ଆଖପାଖରେ ଘରଟିଏ ଲାଗି ତାଙ୍କୁ ରହୁଥିବା ଘର ତୁଳନାରେ ମାଲିକ ଅଧିକ ୩ ଗୁଣା  ଜମାସାଙ୍ଗକୁ ବର୍ଦ୍ଧିତ ଭଡାଦେବାକୁ ପଡିବ ବୋଲି ଜଣାପଡିଛି। 

{"id":349181,"sizeSlug":"large"}

ଦେଶରେ ବାୟ-ଟୁ-ରେଣ୍ଟ ଚାହିଦା ନିୟନ୍ତ୍ରଣ ଲାଗି ନାମ-କିଙ୍କ ହାଉସିଂ ଲିଜ ପ୍ରୋଟେକ୍ସନ ଆକ୍ଟ ଗତ ଜୁଲାଇ ମାସରେ ଲାଗୁ ହୋଇଛି। ଏଣୁ ଘରଭଡ଼ା ଦେଇଥିବା ଲୋକେ ପୁରୁଣା ଭଡ଼ାଟିଆଙ୍କୁ ଘରୁ କାଢିବାରେ ଲାଗିପଡିଛନ୍ତି। ଏଥିରେ ନିଜେ ନାମ-କି ମଧ୍ୟ ଫଶିବା ଏବେ ଦେଶରେ ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ୩ ବର୍ଷ ପୂର୍ବେ ବାମପନ୍ଥୀ ରଷ୍ଟ୍ରପତି ମୁନ୍-ଜାଏ-ଇନ୍‌ ଦେଶରେ ମର୍ଟଗେଜ୍‌ ନିୟମ କୋହଳ କରିଥିଲେ। ତା ପରଠାରୁ ଆପାର୍ଟମେଣ୍ଟ ଦର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଏବେ ଲିଜ୍‌ ପ୍ରୋଟେକ୍ସନ ଆକ୍ଟ ନୂଆ ଆବାସ ସମସ୍ୟା ସୃଷ୍ଟି କରିଛି।

{"id":349182,"sizeSlug":"large"}

ନୂଆ ଆଇନରେ ଘର ମାଲିକ ୪ ବର୍ଷ ପର୍ଯ୍ୟନ୍ତ ଭଡା ବୃଦ୍ଧି କରିପାରିବେ ନାହିଁ। ଏଣୁ ପୂର୍ବରୁ ପ୍ରଚଳିତ ନିୟମରେ ୨ ବର୍ଷରେ ହେଉଥିବା ଘର ଭଡ଼ା ବୃଦ୍ଧି ଏବେ ଆଉ ସମ୍ଭବ ହେଉନଥିବାରୁ ଘର ମାଲିକ ପୁରୁଣା ଭଡ଼ାଟିଆଙ୍କୁ ଘର ଛାଡିବାକୁ ନୋଟିସ୍‌ କରୁଛନ୍ତି। ସେହିପରି ଘରଭଡା ନେବା ଲାଗି ପ୍ରଚଳିତ ଜିଓନ୍ସ (ଫେରସ୍ତ ଯୋଗ୍ୟ ଅଗ୍ରୀମ ଜମା) ମଧ୍ୟ ଘର ମାଲିକ ବଦଳାଇ ଦେଇଛନ୍ତି। ଏଥିରୁ ପୂର୍ବରୁ ଘରଭଡା ଲାଗି ଦିଆଯାଉଥିବା ଜମାର ମାତ୍ର ୫ ପ୍ରତିଶତ ନେଇ ମାଲିକ ପୁଣି ଦୁଇ ବର୍ଷ ଲାଗି ଭଡ଼ା ରାଜିନାମା ନବିକରଣ କରିଦେଉଥିଲେ। ହେଲେ ଏବେ ନୂଆ ଆଇନ ପରେ ଘର ମାଲିକ ଏପରି କରିବାକୁ ରାଜି ହେଉ ନାହାନ୍ତି।

{"id":349185,"width":578,"height":385,"sizeSlug":"large"}

୪ ବର୍ଷ ପର୍ଯ୍ୟନ୍ତ ଘରଭଡ଼ା ବୃଦ୍ଧିର ପ୍ରାବଧାନ ଯୋଗୁ ଘରଭଡ଼ା ଦର ବଢ଼ିଥିବା ବେଳେ ସେହି ଅନୁସାରେ ଘର ମାଲିକ ଜିଓନ୍ସ ମଧ୍ୟ ବୃଦ୍ଧି କରିଛନ୍ତି। ଏଣୁ ଗତ ଜୁଲାଇ ମାସରେ ଆଇନ ଲାଗୁ ପୂର୍ବରୁ ସାରା ଦେଶରେ ଘର ମାଲିକ ଘର ଖାଲିକର ଅଭିଯାନ ଆରମ୍ଭ କରିଦେଇଥିବା ବେଳେ ଏବେ ନିଜେ ଅର୍ଥମନ୍ତ୍ରୀ ଫଶି ଯାଇଛନ୍ତି। ନାମ-କି ଏବେ ଯେଉଁପରି ଘରେ ରହୁଛନ୍ତି ପଶ୍ଚିମ ସିଓଲରେ ସେହିପରି ୩ ବଖୁରିଆ ଘରଟିଏ ଲାଗି ଅଧିକ ୩୨ ପ୍ରତିଶତ ଜିଓନ୍ସ ଦେବାକୁ ବାଧ୍ୟ ହେଉଥିବା ବେଳେ ଘରଭଡ଼ା ମଧ୍ୟ ସେହି ଅନୁସାରେ ଚଢ଼ା ଦେବେ ବୋଲି ନାଭର ରିଏଲ ଇଷ୍ଟେଟ୍‌ର ଜନୈକ କାର୍ଯ୍ୟକର୍ତ୍ତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.