ରାଜ୍ୟରେ ୭ ଲକ୍ଷ କୋଟିର ବିଦେଶୀ ପୁଞ୍ଜି ନିବେଶ ପାଇଁ ଦକ୍ଷିଣ କୋରିଆର ପ୍ରସ୍ତାବ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭|୧୧:  ରାଜ୍ୟରେ ୭ ଲକ୍ଷ କୋଟିର ବିଦେଶୀ ପୁଞ୍ଜି ନିବେଶ ପାଇଁ ଦକ୍ଷିଣ କୋରିଆ ଶିଳ୍ପ ଗୋଷ୍ଠୀ ପ୍ରସ୍ତାବ ଦେଇଛି । ଦକ୍ଷିଣ କୋରିଆ ଶିଳ୍ପ ଗୋଷ୍ଠୀ ସମୂହର ସଭାପତି ତଥା ଆଗାପେ ଡେଭଲପର୍ସ ପ୍ରାଇଭେଟ୍  ଲିମିଟେଡ୍ ର ସଭାପତି ଜୁଆନ୍ ରେ ଚୋ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟରେ ନବୀନ ସରକାର ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବାରେ ସଫଳ ହୋଇଥିବାରୁ ଏହି ବିଦେଶୀ ପୁଞ୍ଜିନିବେଶ ପାଇଁ ଶିଳ୍ପ ଗୋଷ୍ଠୀ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିପାଇଁ ପ୍ରାରମ୍ଭିକ ଆଲୋଚନା କରିବାକୁ ଶିଳ୍ପ ଗୋଷ୍ଠୀ ଆସନ୍ତା ୧୭ ତାରିଖରେ ରାଜ୍ୟ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।  ସେପଟେ ମେକ୍ ଇନ୍ ଓଡିଶା ପାଇଁ ଜନତା ମଇଦାନରେ ହେଉଥିବା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ । ଏଥର ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ଲକ୍ଷ୍ୟ ରହିଛି । ଦେଶର ବଡ ବଡ ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ଦକ୍ଷିଣ କୋରିଆର ଶିଳ୍ପପତିମାନେ ଯୋଗଦେବେ ବୋଲି ସ୍ବୀକୃତି ଦେଇଥିବା କହିଛନ୍ତି ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.