ଦକ୍ଷିଣ କୋରିଆରେ ଆଉ ଏକ ଭୟଙ୍କର ଭାଇରସ: ତିନିଟି ଘୁଷୁରି ଆଫ୍ରିକୀୟ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହେବା ପରେ ୧୫ ଶହ ଘୁଷୁରିଙ୍କୁ ମାରି ପୋତିଲା ପ୍ରଶାସନ

Published By : Prameya-News7 Bureau | October 09, 2020 IST

ସିଓଲ ୦୯/୧୦: ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି। ଦକ୍ଷିଣ କୋରିଆରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ (African swine fever)ର ନୂଆ ମାମଲା ସାମ୍ନାକୁ ଆସିଛି। ଗ୍ୟାଙ୍ଗବୋନ ଇଲାକାରେ ଥିବା ଏକ ଫାର୍ମରେ ତିନିଟି ମୃତ ଘୁଷୁରୀଙ୍କ ପୋଷ୍ଟମର୍ଟମ ପରେ ଏ ଘଟଣା ସାମ୍ନାକୁ ଆସିଛି। ଏମାନଙ୍କ ଠାରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ ସଂକ୍ରମଣ ଦେଖିବାକୁ ମିଳିଛି। ଏହା ପରେ ୧୫ ଶହ ଘୁଷୁରିକୁ ମାରି ପୋତି ଦିଆଯାଇଛି।

କୃଷି ମନ୍ତ୍ରାଳୟ ନିର୍ଦେଶ ଅନୁସାରେ ଫାର୍ମର ୧୦ କିଲୋମିଟର ଦୂର ଇଲାକାରେ ୧୫୦୦ ଘୁଷୁରିକୁ ମାରି ଦିଆଯାଇଛି। କାରଣ ଏହି ଘୁଷୁରିଙ୍କ ଠାରୁ ମଣିଷଙ୍କ ଠାରେ ଭାଇରସ ବ୍ୟାପିବାର ସମ୍ଭାବନା ରହିଛି। ଏହା ସହ ଅନ୍ୟ ଘୁଷୁରି ମାନେ ମଧ୍ୟ ସହଜରେ ସଂକ୍ରମଣ ହୋଇଯିବେ। ଗତବର୍ଷ ୧୪ ଫାର୍ମରେ ଏହି ଫ୍ଲୁ ବ୍ୟାପିଥିଲା। ଏହା​‌ ପରେ ପ୍ରାୟ ୪ ଲକ୍ଷ ଘୁଷୁରିକୁ ମରାଯାଇଥିଲା।

ଅକ୍ଟୋବର ୨୦୧୯ ପରେ ଘୁଷୁରି ଫାର୍ମରେ ଏନେଇ ନୂଆ ମାମଲା କିଛି ଦେଖିବାକୁ ମିଳି ନ ଥିଲା। ମାତ୍ର ଉତ୍ତର କୋରିଆ ସୀମାରେ ବୁଲୁଥିବା ୭୫୦ ଜଙ୍ଗଲୀ ଘୁଷୁରିରେ ଏହି ସଂକ୍ରମଣ ଦେଖା ଦେଇ ଥିଲା। ସେପ୍ଟେମ୍ବରରେ ଦକ୍ଷିଣ କୋରିଆରେ ଆଫ୍ରିକୀୟ ସ୍ବାଇନ ଫ୍ଲୁ ମାମଲା ମିଳିବା ପରେ ଜର୍ମାନୀରୁ ଘୁଷୁରି ମାଂସ ଆମଦାନୀ ଉପରେ କଟକଣା ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.