ଜାପାନରେ ବର୍ଷା ବିତ୍ପାତ, ବନ୍ୟା ଓ ଭୂ-ସ୍ଖଳନରେ ଅନେକ ନିଖୋଜ

Published By : Prameya-News7 Bureau | July 04, 2020 IST

ଟୋକିଓ ୪।୭: ଭୀଷଣ ବର୍ଷା  ଦକ୍ଷିଣ ଜାପାନରେ ବିତ୍ପାତ ରଚିଛି ବନ୍ୟା। କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି। କ୍ଷୟକ୍ଷତିର ଆକଳନ ହୋଇନାହିଁ। ତେବେ ଜରୁରି ରିଲିଫ ଓ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଯାଇଛି। ଦେଶର କୁମାମୋତୋ ଓ କାଗୋସୀମା ବର୍ଷାରେ ଗୁରୁତର ପ୍ରଭାବିତ ହୋଇଥିବା ଜଣାପଡିଛି।  ଉପୁଜିଥିବା ପରିସ୍ଥିତିରେ ୭୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସରକାରୀ ପରାରମର୍ଶ ଦିଆଯାଇଛି।

{"id":295797,"sizeSlug":"large"}

କୁମାମୋତୋର ହିତିୟୋସୀ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଛି। ବିସ୍ତୃତ ଅଞ୍ଚଳରେ ବନ୍ୟାପାଣି ପଶିଛି। ଏନଏଚକେ ଅନୁସାରେ ଏଠାରେ ଅନୁନ୍ୟ ୧୩ ଜଣ ଲୋକେ ନିଖୋଜ ଥିବା ମିଳିଥିବା ଅଭିଯୋଗରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେ ବନ୍ୟା ମୁକାବିଲା ଓ ଲୋକଙ୍କ ଉଦ୍ଧାର ଲାଗି ଟାସ୍କଫୋର୍ସ ଗଠନ କରିଛନ୍ତି।

{"id":295798,"sizeSlug":"large"}

ଶନିବାର ରାତିରେ ପ୍ରବଳ ବର୍ଷା ଏପରି ପରିସ୍ଥିତି ସୃଷ୍ଟି କରିଛି। ନାଳନର୍ଦ୍ଦମାରେ ବର୍ଷାପାଣି ଭରିଯାଇଥିବା ବେଳେ ଲୋକଙ୍କ ଘରେ ପଶିଛି। ଏଣୁ ଲୋକେ ଉଦ୍ଧାର ଲାଗି ଛାତ ଉପରେ ଅପେକ୍ଷା କରି ରହିଛନ୍ତି। କେଉଁକେଉଁଠି ବନ୍ୟାରେ ଲୋକଙ୍କ ଘର ଭାସି ଯାଇଥିବା ବେଳେ ଭୂ-ସ୍ଖଳନ ଯୋଗୁ ଅନେକ ଘର ଭୂଷୁଡିପଡିଛି। ଏଣୁ ବର୍ଷ,ବନ୍ୟା ଓ ଭୂ-ସ୍ଖଳନ ଜନିତ ଭୀଷଣ କ୍ଷୟତି  ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.