ଫିଲ୍ମ ନିର୍ଦ୍ଦେଶକ ଥାମିରାଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

Published By : Prameya-News7 Bureau | April 28, 2021 IST

ଚେନ୍ନାଇ ୨୮/୦୪ : ଆଉ ନାହାନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ନିର୍ଦ୍ଦେଶକ ଥାମିରା । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ମାୟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ପ୍ରସିଦ୍ଧ ତାମିଲ ଫିଲ୍ମ ଆନ୍‌ ଦେବାଢାଇ, ରେଟ୍ଟାଇ ସୁଝି ଭଳି ହିଟ୍‌ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । କେ. ବାଲାଚନ୍ଦର ଏବଂ ଭାରତୀରାଜାଙ୍କ ଭଳି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ ସେ ପୂର୍ବରୁ କାର୍ଯ୍ୟ କରିସାରିଛନ୍ତି ।

ଥାମିରାଙ୍କ ନିଧନରେ ତାମିଲ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଥାମିରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଡାଇରେକ୍ଟର କୌଶିକ୍‌ ଏଲ୍.ଏମ୍‌. ଟ୍ବିଟ୍ କରି ପ୍ରଥମେ ସୂଚନା ଦେଇଥିଲେ ।

wp:embed {"url":"https://twitter.com/LMKMovieManiac/status/1386892385402068999","type":"rich","providerNameSlug":"twitter","responsive":true,"className":""}
https://twitter.com/LMKMovieManiac/status/1386892385402068999
/wp:embed

ସଙ୍ଗୀତ ନିର୍ଦ୍ଦେଶକ ଏମ୍‌ ଧିବରଣ ଟ୍ବିଟ୍‌ କରି କହିଛନ୍ତି, ‘ଆମେ ଆଉ ଜଣେ ସଚ୍ଚା ରତ୍ନକୁ ହରାଇଲୁ । କଳା ପ୍ରତି ଥାମିରା ସାରଙ୍କ ଅବଦାନ ଅତୁଳନୀୟ । କଳା ପ୍ରତି ଅଗାଢ ଭଲପାଇବା ତାଙ୍କୁ ଜଣେ ସଫଳ ନିର୍ଦ୍ଦେଶକ ଭାବେ ଗଢି ତୋଳିଥିଲା । ତାଙ୍କ ଅମର ଆତ୍ମାର ସଦଗତି ହେଉ ।’

ଅଭିନେତ୍ରୀ ରାମ୍ୟା ପାଣ୍ଡିୟାନ୍‌ ଟ୍ବିଟ୍‌ କରି କହିଛନ୍ତି, ‘ମୁଁ ଥାମିରା ସାରଙ୍କର ଜଣେ ବଡ ପ୍ରଶଂସକ । ତାମିଲ ଚଳଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଅନେକ କଳାକାରଙ୍କୁ ମଣିଷ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ସମସ୍ତଙ୍କୁ ନିଜ ପରିବାର ଲୋକଙ୍କ ଭଳି ଦେଖନ୍ତି । ମହାନ ବ୍ୟକ୍ତିତ୍ବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ।’ ଥାମିରାଙ୍କ ନିଧନରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.