Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ସାଉଥ ଅଭିନେତ୍ରୀ ପ୍ରଣିତା ସୁଭାଷ: ଅଜୟ ଦେବଗନଙ୍କ ‘ଭୁଜ’ରୁ ବଲିଉଡରେ କରିବେ ଡେବ୍ୟୁ

1/06/2021 at 8:12 AM

ନୂଆଦିଲ୍ଲୀ ୦୧/୦୬: କନ୍ନଡ ଫିଲ୍ମ ପୋର୍କିରୁ କ୍ୟାରିୟର ଆରମ୍ଭ କରିଥିବା ସାଉଥ୍ ସିନେମାର ଜଣାଶୁଣା ଅଭିନେତ୍ରୀ ପ୍ରଣିତା ସୁଭାଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଅଭିନେତ୍ରୀ ମେ ୩୦ ରବିବାର ଦିନ ବାଙ୍ଗାଲୋରରେ ତାଙ୍କ ପ୍ରେମିକ ତଥା ବିଜନେସମ୍ୟାନ୍ ନିତିନ ରାଜୁଙ୍କୁ ବିବାହ କରିଛନ୍ତି। ଏହି ବିବାହରେ କେବଳ ପ୍ରଣିତା ଏବଂ ନିତିନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଜଡିତ ଥିଲେ। ଉଭୟଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

pranitha subhash

ଏହି ଦମ୍ପତି ନିଜ ବିବାହକୁ ଧୁମଧାମରେ ଆୟୋଜନ କରିବାକୁ ଚାହୁଁଥିଲେ, କିନ୍ତୁ କରୋନା ଭାଇରସ୍ କାରଣରୁ ଏହି ଦମ୍ପତିଙ୍କର ସମସ୍ତ ଯୋଜନା ନଷ୍ଟ ହୋଇଯାଇଥିଲା। ଲକଡାଉନ୍ ଏବଂ କୋଭିଡ୍ -୧୯ ର ଦ୍ୱିତୀୟ ଲହର ଯୋଗୁଁ ଉଭୟଙ୍କୁ ଏପରି ବିବାହ କରିବାକୁ ପଡିଥିଲା ।

ପ୍ରଣିତା ୨୦୧୦ ରେ ରିଲିଜ୍ ହୋଇଥିବା ଫିଲ୍ମ ପୋର୍କିରୁ କନ୍ନଡ ସୁପରଷ୍ଟାର ଦର୍ଶନଙ୍କ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଫିଲ୍ମଟି ତେଲୁଗୁ ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ପୋକ୍ରିର କନ୍ନଡ ରିମେକ୍ ଥିଲା। ଏହି ଫିଲ୍ମଟିକୁ ବଲିଉଡରେ ୱାଣ୍ଟେଡ ନାମରେ ନିର୍ମିତ ହୋଇଥିଲା ଯେଉଁଥିରେ ସଲମାନ ଖାନ ନଜର ଆସିଥିଲେ।

ଏହା ବ୍ୟତୀତ ଅଭିନେତ୍ରୀ ତାମିଲ ଫିଲ୍ମ ‘ସାଗୁନି’ ପାଇଁ ଜଣାଶୁଣା ଯେଉଁଥିରେ ଅଭିନେତା କାର୍ତ୍ତିୀ ତାଙ୍କ ବିପକ୍ଷରେ ନଜର ଆସିଥିଲେ। ପ୍ରଣିତା ପୱନ କଲ୍ୟାଣ ଏବଂ ସାମନ୍ତ ଆକ୍କିନେନିଙ୍କ ସହ ‘ଅଟ୍ଟାରିଣ୍ଟିକି ଡେରେଡି’ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

pranitha subhash

ଅଜୟ ଦେବଗନ୍ ଏବଂ ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ ସହିତ ପ୍ରଣିତା ସୁଭାଷ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ସେ ପ୍ରିୟଦର୍ଶନଙ୍କ ଫିଲ୍ମ ହଙ୍ଗାମା ୨ରେ ଜାଭେଦ୍ ଜାଫେରୀଙ୍କ ପୁଅ ମୀଜାନଙ୍କ ସହ ନଜର ଆସିବେ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ପରେଶ ରାୱଲ ଏବଂ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିବେ।

   Related Posts