ବାହୁବଳି ଫେମ ନାୟିକା ଅନୁସ୍କା ସେଟ୍ଟି ଆହତ, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | June 26, 2019 IST

ମୁମ୍ବାଇ: ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତଥା ବାହୁବଳି ଫେମ ନାୟିକା ଅନୁସ୍କା ସେଟ୍ଟୀ  ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି। ଅନୁସ୍କା ତାଙ୍କର ଆଗାମୀ ଫିଲ୍ମ ‘ସେରା ନରସିମହା ରେଡ୍ଡୀ’ ସୁଟିଂ ସେଟ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ଅଭିନୟ ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଘଟଣା ଯେପରି ପ୍ରଚାରିତ ନ ହୁଏ ସେ ନେଇ ଫିଲ୍ମର ପ୍ରଯୋଜକ ଓ ନିଜେ ନାୟିକା ଖୁବ୍ ସତର୍କତା ଅବଲମ୍ବନ କରିଥିଲେ। ତେବେ ଅନୁସ୍କା ଏବେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାପଡିଛି। ହେଲେ ଦୁର୍ଘଟଣାରେ ନାୟିକା ଆହତ ହେବା ଯୋଗୁ  ଫିଲ୍ମର ସୁଟିଂ ପ୍ରଭାବିତ ହୋଇଛି। 

{"id":127540}

ତେବେ ଅନୁସ୍କାଙ୍କ ସହ ଏହି ଦୁର୍ଘଟଣା ଖୁବ୍ ନିକଟରେ ହୋଇନାହିଁ ।  ହେଲେ ଦୁର୍ଘଟଣାରେ ତାଙ୍କ ଗୋଡରେ ଶକ୍ତ ଆଘାତ ଲାଗିବା ଯୋଗୁ ସେ ଚାଲବୁଲ କରିପାରୁ ନାହାନ୍ତି। ଏଣୁ ଡାକ୍ତରଙ୍କ ପରାମର୍ଶରେ ସେ ଘରେ  ସମ୍ପୂର୍ଣ୍ଣ ବିଶ୍ରାମ ନେଇଥିବା ବେଳେ ସୁଟିଂ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଅନୁସ୍କାଙ୍କର ଏହି ଆଗାମୀ ଫିଲ୍ମ ଚଳିତବର୍ଷର ଅନ୍ୟ ଚର୍ଚିତ ଫିଲ୍ମ ମାନଙ୍କ ମଧ୍ୟରେ ଅନ୍ୟତମ ହେବ। ଫିଲ୍ମରେ ଅନୁସ୍କାଙ୍କ ବିପକ୍ଷରେ ଚିରଞ୍ଜିବୀ ଦେଖିବାକୁ ମିଳିବେ। ଏହା ଛଡା ଫିଲ୍ମରେ ଅମିତାଭ ବଚ୍ଚନ, ନୟନତାରା ଓ ତମନ୍ନା ଭାଟ୍ଟିଆ ମଧ୍ୟ ଅଭିନୟ କରୁଛନ୍ତି।

{"id":127541}

ତେବେ ସମସ୍ତଙ୍କ ଅପେକ୍ଷା ଏବେ ଅନୁସ୍କାଙ୍କ ରିକଭରିକୁ। ଯେତେଶୀଘ୍ର ସେ ସୁସ୍ଥ ହେବେ ସେତେ ଶିଘ୍ର ଫିଲ୍ମର ବାକି ସୁଟିଂ ଶେଷ କରାଯିବା ସହ ଅନ୍ୟ ଆନୁଷଙ୍ଗିକ କାମ ଆରମ୍ଭ କରିବେ ପ୍ରଯୋଜକ। ତେବେ ସେରା ନରସିମହା ରେଡ୍ଡୀ ଫିଲ୍ମ ଓ ଏହାର ଆକ୍ସନକୁ ନେଇ ଯାହା ଶୁଣାଯାଉଥିଲା ନିକଟରେ ରିଲିଜ ହୋଇଥିବା ଟିଜରରୁ ତାର ପ୍ରମାଣ ମିଳିଛି। ବାହୁବଳି ଭଳି ଏହି ଫିଲ୍ମଟି ମଧ୍ୟ ତେଲଗୁ ସମେତ ହିନ୍ଦୀରେ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.