ସାଉଥ୍ ଫିଲ୍ମ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଦୁଷ୍କର୍ମକୁ ନେଇ ଦେଲେ ଏଭଳି ମନ୍ତବ୍ୟ, ପ୍ରକାଶ ପାଇଲା ତୀବ୍ର ପ୍ରତିକ୍ରିୟା

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ ୬।୧: ହାଇଦ୍ରାବାଦରେ ମହିଳା ପଶୁ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୀଡିତାଙ୍କୁ ନ୍ୟାୟ ଦେବା କେଉଁଠି ବିକ୍ଷୋଭ ତ କେଉଁଠି ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ତେବେ ଆଜି ମିଳିଥିବା ସୂଚନା ଅନୁଯାୟୀ ୪ ଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଯାହାକୁ ନେଇ ସାରା ଦେଶବାସୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏସବୁ ଭିତରେ ସାଉଥ୍ ଫିଲ୍ମ ମେକର ଡାନିଏଲ ଶ୍ରବଣ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ସେ ଦୁଷ୍କର୍ମକୁ ଆଇନ ସମ୍ମତ କରିବାକୁ ଯୁକ୍ତି କରିଛନ୍ତି । ନିକଟରେ ସେ ତାଙ୍କ ଫେସବୁକରେ ଯାହା ଲେଖିଛନ୍ତି ତାହା ନିହାତି ନିଲଜ୍ଜର ପରିଚୟ ଦେଉଛି ।  ସେ ଲେଖିଛନ୍ତି ଯେ, ଯୁବତୀ ଓ ମହିଳାମାନେ ସାଥିରେ କଣ୍ଡୋମ ନେଇ ଯିବା ଉଚିତ୍ । ସେ ଆହୁରି ଯୁକ୍ତି ବାଢିଛନ୍ତି ଯେ, ଯଦି ଯୁବତୀ ଓ ମହିଳାମାନେ ଦୁଷ୍କର୍ମକାରୀଙ୍କୁ ବିରୋଧ ନକରିବେ ତେବେ ତାଙ୍କୁ ଦୁଷ୍କର୍ମ ପରେ ମୃତ୍ୟୁର ସାମ୍ନା କରିବାକୁ ପଡିବନାହିଁ ।  

ସରକାରଙ୍କୁ ବିନା ହିଂସାରେ ହେଉଥିବା ଦୁଷ୍କର୍ମକୁ ଆଇନ ମାନ୍ୟତା ଦେବା ଉଚିତ୍। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଯୁବତୀଙ୍କୁ ଦୁଷ୍କର୍ମ ବିଷୟରେ ଜାଣିବା ଉଚିତ୍। ସେମାନେ ପୁରୁଷଙ୍କ କାମନାକୁ ପ୍ରସୟ ଦେଇ କଣ୍ଡୋମର ବ୍ୟବହାର କରିବା ଉଚିତ୍। ବୀରାପାନକୁ ମାରିଦେଲେ ତସ୍କରି ଉପରେ ଲଗାମ ଲାଗିଯିବ କିମ୍ବା ଲାଡେନକୁ ମାରିଦେଲେ ଆତଙ୍କବାଦ ଉପରେ କାବୁ କରାଯାଇପାରିବ ଏହା ଭାବିବା ମୂର୍ଖତା ହେବ ବୋଲି ସେ କହିଛନ୍ତି। ଠିକ୍ ସେହିପରି ନିର୍ଭୟା ଆକ୍ଟ ମଧ୍ୟ ଦୁଷ୍କର୍ମ ସମୟରେ ହିଂସାକୁ ରୋକି ପାରିବନାହିଁ।

ଡାନିଏଲ ଶ୍ରବଣ ସାଉଥ୍ ଫିଲ୍ମର ନିର୍ଦ୍ଦେଶକ। ତାଙ୍କର ଏଭଳି ବୟାନକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଲୋକମାନେ ତାଙ୍କ ପୋଷ୍ଟରେ ମଧ୍ୟ ଉଚିତ୍ ଜବାବ ଦେଇଛନ୍ତି । ତେବେ ଏଭଳି ପ୍ରତିକ୍ରିୟା ଦେଖି ସେ ତାଙ୍କ ଫେସବୁକରୁ ଡିଲିଟ୍ କରିଦେଇଛନ୍ତି ।  

{"id":194425,"sizeSlug":"large"}
{"id":194426,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.