Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଜନ୍ମକଲା ବାପା ହେଲା ବଇରୀ: ନିଜ ପିଲାଙ୍କୁ ଦୁଷ୍କର୍ମ ଉଦ୍ୟମ, ସ୍ୱାମୀ ବିରୋଧରେ ଏତଲା ଦେଲା ସ୍ତ୍ରୀ

7/06/2021 at 10:07 AM

ନୂଆଦିଲ୍ଲୀ ୭/୬ : ନିଜ ସ୍ୱାମୀ ବିରୋଧରେ ଥାନାକୁ ଯାଇ ଏତଲା ଦେଲା ସ୍ତ୍ରୀ । ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ମାଡଙ୍ଗୀର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଜଣେ ମହିଳା ତାଙ୍କ ଚାରି ଏବଂ ପାଞ୍ଚ ବର୍ଷର ପିଲାମାନଙ୍କ ସହ ତାଙ୍କ ସ୍ୱାମୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ କରିଛନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ସେ କେବଳ ତାଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଥିଲେ କିନ୍ତୁ ଏଥିରେ କୌଣସି ଅଭିଯୋଗ କରିନଥିଲେ ।

କିନ୍ତୁ ବର୍ତ୍ତମାନ ସେ ପିଲାମାନଙ୍କ ଉପରେ ଖରାପ ନଜର ରଖିବାରୁ ସେ ବାଧ୍ୟହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୀଡିତାଙ୍କ କହିବା ମୁତାବକ ୨୦୧୪ରେ ସେ ଅନୁପନ ଗାର୍ଡେନର ସୈନି ଫାର୍ମରେ ରହୁଥିବା ଜଣେ ଯୁବକଙ୍କ ସହ ହୋଇଥିଲା । ପରେ ଏମାନଙ୍କର ୨ଟି ଝିଅ ଜଣେ ୪ ବର୍ଷର ଆଉ ଜଣେ ୫ ବର୍ଷର ହୋଇଥିଲା । ତେବେ ପିଲା ହେବା ପରେ ବି ଯୁବକଙ୍କ ମାନିସିକତାରେ ପରିବର୍ତ୍ତନ ହୋଇନଥିଲା । ବାରମ୍ୱାର ମହିଳାଙ୍କ ସହ ଅପ୍ରାକୃିତ ଭାବେ ସମ୍ପର୍କ ରଖିବା ସହ ମାରପିଟ ବି କରୁଥିଲା ।

ତେବେ ଏହି ପିଶାଚ ବାପାର କୁକର୍ମ ଏଥିରେ ସୀମିତ ନଥିଲା । ଧୀରେ ଧୀରେ ବାପାର ଆଖି ନିଜ ପିଲାମାନଙ୍କ ଉପରେ ପଡିଥିଲା । ଶେଷରେ ମାଆ ଉଭୟ ଝିଅଙ୍କୁ ନେଇ ବାପା ଘରକୁ ପଳାଇଥିଲା । କାହା ଆଗରେ ଏ ବିଷୟରେ ନଜଣାଇବାକୁ ପୀଡିତାର ସ୍ୱାମୀ ତାକୁ ଧମକ ଦେଇଥିଲା । ଏବେ ପୋଲିସ ଉଭୟ ଝିଅମାନଙ୍କ ବୟାନ ରେକର୍ଡ କରିବା ସହ ମାମାଲର ଛାନଭିନ୍ କରୁଛି

   Related Posts