Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍! ଜାଣନ୍ତୁ କ’ଣ କହୁଛନ୍ତି ସାଉଥ୍ ବ୍ଲକ୍?

23/02/2021 at 4:35 PM

ନୂଆଦିଲ୍ଲୀ ୨୩।୨: ଭାରତ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍ ! ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ସାଉଥ୍‌ ବ୍ଲକ୍‌ ମଙ୍ଗଳବାର ମୁହଁ ଖୋଲିଛନ୍ତି। ବ୍ରାଜିଲ, ଋଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀକୁ ନେଇ ଦେଶରେ ଏପରି ଚର୍ଚ୍ଚା ହେଉଥିବାର ସାଉଥ୍‌ ବ୍ଲକ୍‌ କହିଛନ୍ତି। ତେବେ ଏଥିପାଇଁ ଏପର୍ଯ୍ୟନ୍ତ ନା ଚୂଡାନ୍ତ ନିଷ୍ପତ୍ତି ହୋଇଛି ନା ତିଥି ଧାର୍ଯ୍ୟ ହୋଇଛି। ଏଥିରେ କରୋନା ଭାଇରସ ମହାମାରୀ ଏବେବି ଦେଶରେ ପ୍ରକୋପ କରୁଥିବା ବେଳେ ଜିନପିଙ୍ଗଙ୍କ ଭାରତ ଗସ୍ତନେଇ ଆଲୋଚନାକୁ ଅମୂଳକ କହିଛନ୍ତି।

ଚୀନ୍‌ ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ହେଉଥିବା ଚର୍ଚ୍ଚା ପଛରେ ଚୀନ୍‌ ରାଷ୍ଟ୍ରଦୂତଙ୍କ ସକରାତ୍ମକ ବୟାନ ହୋଇଥାଇପାରେ ବୋଲି  ଅନୁମାନ କରାଯାଉଛି। ଭାରତରେ ଆଗାମୀ ବ୍ରିକ୍ସର ଆୟଜନକୁ ଚୀନ୍‌ ସମର୍ଥନ କରୁଥିବା ରାଷ୍ଟ୍ରଦୂତ କହିଥିଲେ। ଏହା ଛଡା ଭାରତ-ଚୀନ୍‌ ଦ୍ୱିପାକ୍ଷୀକ ସମ୍ପର୍କକୁ ନେଇ ରାଷ୍ଟ୍ରଦୂତଙ୍କ ବୟାନ ମଧ୍ୟ ସକରାତ୍ମକ ଥିଲା। ଏଣୁ ହୁଏତ ଜିନପିଙ୍ଗ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି ବୋଲି ଭାରତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଚୀନ୍‌ ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ତରବରିଆ ଭାବେ ଏବେଠାରୁ କିଛି କହିହେବ ନାହିଁ ବୋଲି ସୂଚିତ କରିଛନ୍ତି। ତେବେ ବୈଦେଶିକ ମନ୍ତ୍ରାଳୟ ଅଧିକାରୀଙ୍କ ସୂଚନା ଅନୁସାରେ ଏଥିଲାଗି ଭାରତ ପକ୍ଷରୁ ଫର୍ମାଟ ଓ ଡେଟ୍‌ ଫିକ୍ସ ହେଲେ ଏହି ସମ୍ମିଳନୀ ଭର୍ଚୁଆଲ ନା ଫିଜିକାଲ ହେବ ତାହା ସ୍ପଷ୍ଟ ହୋଇଯିବ। ତେବେ ଏଥିଲାଗି ଋଷିଆ, ଚୀନ୍‌, ସାଉଥ ଆଫ୍ରିକା ଓ ବ୍ରାଜଲ ସହ ମଧ୍ୟ ପରାମର୍ଶ ହେବ ବୋଲି ସେ କହିଛନ୍ତି।

ତେବେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ କରୋନା ଭାଇରସ ମହାମାରୀ ଲାଗି ଏବେ ବିଦେଶ ଯାତ୍ରା କରୁ ନାହାନ୍ତି।  ସେହିପରି ନିକଟରେ ଭାରତୀୟ ବିଦେଶ ସଚିବ ଋଷୀୟ ସମକକ୍ଷଙ୍କ ସହ ଆଲୋଚନା କାଳରେ ଆଗାମୀ ବ୍ରିକ୍ସ ନେଇ ଆଲୋଚନା ମଧ୍ୟ କରି ନାହାନ୍ତି।  କରୋନା ଯୋଗୁ ଭାରତ-ଋଷିଆ ବାର୍ଷିକ ସମ୍ମିଳନୀ ମଧ୍ୟ ଏପର୍ଯ୍ୟନ୍ତ ଅନୁଷ୍ଠିତ ହେଉ ନାହିଁ। ଗତବର୍ଷ ବ୍ରିକ୍ସ ସମ୍ମିଳନୀ ଭର୍ଚୁଆଲ ଆୟୋଜନା କରାଯାଇଥିଲା। ତେବେ ୧ ଜାନୁୟାରୀ ୨୦୨୧ରୁ ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଛି।

ଗତ ୨୦୦୬ ମସିହାରେ ବ୍ରିକ୍ସ ଗଠିତ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଭାରତ ୩ ଥର ଏହାର ଅଧ୍ୟକ୍ଷତା କଲାଣି। ଏଥିରେ ଭାରତ ପୁଣି ଥରେ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଯେତେବେଳେ ସୀମାକୁ ନେଇ ଚୀନ୍‌-ଭାରତ ସମ୍ପର୍କ ଉତ୍ତେଜନାମୂଳକ ରହିଛି। ଏଥିରେ ଚୀନ୍‌ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଚର୍ଚ୍ଚାକୁ ନେଇ ସାଉଥ୍ ବ୍ଲକ୍ ବିଶ୍ମିତ ହୋଇଛି।

   Related Posts