ନରମିଲେଣି ତାନାଶାହୀ କିମ୍ : ପାରମ୍ପରିକ ଶତ୍ରୁ ଦକ୍ଷିଣ କୋରିଆ ସହ ଏବେ କରୁଛନ୍ତି ଭଲ ସମ୍ପର୍କ, ୨ ଦେଶ ମଧ୍ୟରେ ଯୋଗାଯୋଗ ଆରମ୍ଭ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ,୨୭/୦୭:   ଦୀର୍ଘ ଏକବର୍ଷ ଧରି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ବନ୍ଦ ରହିଥିବା ସୀମା ପୁଣି ଥରେ ଖୋଲିଛି । ସୀମା ଖୋଲିବା ପରେ ଦୁଇ ଦେଶ ମଧ୍ୟରେ ପୁନଃ ଯୋଗାଯୋଗ ଆରମ୍ଭ ହୋଇଛି । ଏନେଇ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମଙ୍ଗଳବାର ଘୋଷଣା କରିଛନ୍ତି ।

ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ଯେ, ଉଭୟ ଦେଶ ପରସ୍ପରର ସହମତିରେ ସୀମା ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସ୍ଥାନୀୟ ସମୟ ୧୦ଟା ପରଠୁ ଖୋଲିବ । ଦୀର୍ଘ ୧୩ ମାସ ପରେ ଏହି ବିବାଦର ସମାଧାନ ହୋଇଛି । ସୂଚନାଯୋଗ୍ୟ, ଦକ୍ଷିଣ କୋରିଆ ସିଓଲର କାର୍ଯ୍ୟକଳାପକୁ ବିରୋଧ କରି ଯୋଗାଯୋଗକୁ ବନ୍ଦ କରିଦେଇଥିଲା ।

ତେବେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇନ୍ ଓ ଉତ୍ତର କୋରିଆ ମୁଖ୍ୟ କିମ୍ ଜଙ୍ଗ୍ ପରସ୍ପରକୁ ଚିଠି ଲେଖି ସୀମା ଦେଇ ଯୋଗାଯୋଗକୁ ପୁଣିଥରେ ଆରମ୍ଭ କରିବାକୁ କହିଥିଲେ । ପୂର୍ବରୁ ଅନେକ ଥର ଦୁଇ ରାଷ୍ଟ୍ରମୁଖ୍ୟ ଏପରି ଚିଠି ଦିଆନିଆ କରିଥିଲେ ବି ନିଷ୍ପର୍ସ ବାହାରି ପାରିନଥିଲା । ଶେଷରେ ଏବେ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି ।

ଆହୁରି ମଧ୍ୟ ଉଭୟ ନେତା ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ସହ ସହଯୋଗ କରିବା ନେଇ ପ୍ରକାଶ କରିଛନ୍ତି । ଏହି ନିଷ୍ପତ୍ତି ଉଭୟ ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ସହ ସମ୍ପର୍କକୁ ଅଗ୍ରଗତି ଦେବ ବୋଲି ସିଓଲ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.