ଏକାଥରେ ୧୦ ଶିଶୁ ଜନ୍ମ କଲେ ମହିଳା: ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ପାଇଲେ ସ୍ଥାନ

Published By : Prameya-News7 Bureau | June 09, 2021 IST

ନୂଆଦିଲ୍ଲୀ, ୦୯/୦୬ : ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଥରକେ ୧୦ ଶିଶୁ ଜନ୍ମ ଦେଇଛନ୍ତି । ଗତ ମାସରେ ମାଲିୟନ ହଲିମା ନାମକ ଜଣେ ମହିଳା ୯ ସନ୍ତାନ ଜନ୍ମ ଦେଇଥିଲେ । ଦକ୍ଷିଣ ଆଫ୍ରିକାର ଏହି ମହିଳା ହଲିମାଙ୍କ ରେକର୍ଡ ଭାଙ୍ଗିଛନ୍ତି । ନ୍ୟୁୟର୍କ ପୋଷ୍ଟ ଅନୁସାରେ, ୩୭ ବର୍ଷୀୟ ଗୋସିୟାମ ଥଣାରା ସିଥୋଲ ଆଗରୁ ଭାବିଥିଲେ ଯେ ତାଙ୍କର ୮ ଶିଶୁ ସନ୍ତାନ ଜନ୍ମ ହେବେ । କିନ୍ତୁ ସୋମବାର ଦିନ ସେ ୧୦ ଶିଶୁ ଜନ୍ମ ଦେବାପରେ ସେ ଓ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଗଲେ । ଗତଥର ତାଙ୍କର ସ୍କାନ ହେବାବେଳେ ୮ ଶିଶୁ ଜନ୍ମ ହେବେ ବୋଲି ଜଣାପଡିଥିଲା । କିନ୍ତୁ ପ୍ରସବ ସମୟରେ ଅଧିକ ୨ଟି ଶିଶୁ ଜନ୍ମ ହୋଇଛନ୍ତି ।

{"id":463599,"sizeSlug":"large","linkDestination":"none"}

ସିଥୋଲଙ୍କ ସ୍ୱାମୀ କହିଛନ୍ତି ଯେ ତାଙ୍କ ପତ୍ନୀ ୭ ପୁତ୍ର ସନ୍ତାନ ଓ ୩ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ସେ ୭ ମାସ ଓ ୭ ଦିନର ଗର୍ଭବତୀ ଥିଲେ । ତାଙ୍କର ୧୦ଟି ସନ୍ତାନ ଜନ୍ମ ହୋଇଥିବାରୁ ସେ ଖୁସି ଅଛନ୍ତି ବୋଲି କହିଛନ୍ତି । ସିଥୋଲ କହିଛନ୍ତି ତାଙ୍କ ଗର୍ଭାବସ୍ଥା ସ୍ୱାଭାବିକ ଥିଲା ଓ ପ୍ରସବ ସମୟରେ କୌଣସି ଅସୁବିଧା ହୋଇନଥିଲା । ପୂର୍ବରୁ ତାଙ୍କର ୬ ବର୍ଷର ଜାଅଁଳା ଶିଶୁ ଅଛନ୍ତି । ନିଜ ଗର୍ଭାବସ୍ଥାକୁ ନେଇ ସେ ନିଜେ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି । ସେ ଭାବିଥିଲେ ତାଙ୍କୁ ପୁଣି ଜାଅଁଳା ଶିଶୁ ହେବେ ନଚେତ ୩ଟି ଶିଶୁ ଜନ୍ମ ହେବେ । କିନ୍ତୁ ଡାକ୍ତର ଯେତେବେଳେ ତାଙ୍କୁ କହିଲେ ତାଙ୍କର ୧୦ ଟି ସନ୍ତାନ ଜନ୍ମ ହୋଇଛନ୍ତି ସେ ଚକିତ ହୋଇଗଲେ । ଡାକ୍ତରଙ୍କ କଥା ସେ ବିଶ୍ୱାସ କରିପାରିନଥିଲେ । ସିଥୋଲ ୧୦ ଶିଶୁ ଜନ୍ମ ଦେବା ଡିକ୍ୟୁପ୍ଲେଟସର ପ୍ରଥମ ମାମଲା ।

{"id":463603,"sizeSlug":"large","linkDestination":"none"}

୧୦ ସନ୍ତାନ ଜନ୍ମ କରି ସିଥୋଲ ଗିନିଜ ୱାର୍ଲଡ ରେକର୍ଡ ସ୍ଥାନ ପାଇଛନ୍ତି । ଗିନିଜ ୱାର୍ଲଡ ରେକର୍ଡର ଜଣେ ପ୍ରତିନିଧି କହିଛନ୍ତି ଯେ ସଂଗଠନ ମାମଲା ଉପରେ ନଜର ରଖିଛି । ରେକର୍ଡ ଲିଷ୍ଟିଙ୍ଗର ଜଣେ ପ୍ରବକ୍ତା ମଙ୍ଗଳବାର ଦିନ କହିଛନ୍ତି ଯେ ଗିନିଜ ୱାର୍ଲଡ ରେକର୍ଡ ଏହି ମାମଲା ପ୍ରତି ଅବଗତ ଯେ ସିଥୋଲ ଡିକ୍ୟୁପ୍ଲେଟସ ଜନ୍ମ ଦେଇଛନ୍ତି । ପ୍ରବକ୍ତା ସିଥୋଲଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.