Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟି ୨୦ ବିଶ୍ବକପ : ଡେଭିଡ୍‌ ମିଲରଙ୍କ ମ୍ୟାଚ୍‌ ଓ୍ବିନିଂ ଇଂନିସ, ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ

30/10/2021 at 7:14 PM

ଶାରଜାହା ୩୦/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ନିର୍ଦ୍ଧାରିତ ଓଭରରେ ଶ୍ରୀଲଙ୍କା ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୨ ରନ । ୧୪୩ ରନର ବିଜୟ ଲକ୍ଷକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଗୋଟିଏ ବଲ ବାକିଥାଇ ୪ ଓ୍ବିକେଟରେ ବିଜୟ ହାସଲ କରିଛି । ୧୯.୫ ଓଭର ଖେଳି ୬ ଓ୍ବିକେଟ ହରାଇ ୧୪୬ ରନ କରିଛି ଦକ୍ଷିଣ ଆଫ୍ରିକା । ନିଶ୍ଚିତ ବିଜୟ ଆଡକୁ ଆଗଉ ଥିବା ଶ୍ରୀଲଙ୍କାକୁ ଶେଷରେ ପରାଜୟର ସାମ୍ନା କରିବାକୁ ପଡିଛି । ଦକ୍ଷିଣ ଆଫ୍ରିକା ବିଜୟର ବିନ୍ଧାଣୀ ସାଜିଛନ୍ତି ଡେଭିଡ୍‌ ମିଲର । ଶେଷରେ ଆସି ୧୩ ବଲରୁ ୨୩ ରନ କରି ଦଳକୁ ବିଜୟୀ କରାଇଛନ୍ତି ମିଲର ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର କ୍ବିଣ୍ଟନ୍‌ ଡି କକ୍‌ ଏବଂ ହେନରିକ୍ସ ନିରାଶ କରିଥିଲେ । ଡି କକ୍‌ ମାତ୍ର ୧୨ ରନ କରି ଆଉଟ ହୋଇଥିବା ବେଳେ ହେନରିକ୍ସ ୧୧ ରନ କରି ଆଉଟ ହୋଇଥିଲେ । ସେହିଭଳି ରାସେଇ ଭାନ୍‌ ଡର୍‌ ଦିସେନ୍‌ ୧୬ ରନ କରି ଆଉଟ ହୋଇଥିବା ବେଳେ, ତେମ୍ବା ବାଭୁମା ଚମତ୍କାର ଇଂନିସ ଖେଳି ୪୬ ରନ କରି ଆଉଟ ହୋଇଥିଲେ । ସେହିଭଳି ଆଇଡେନ୍‌ ମାର୍କରମ୍‌ ୧୯ ରନ, ଡ୍ବେନ୍‌ ପ୍ରିଟୋରିୟର୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଡେଭିଡ୍‌ ମିଲର ୨୩ ଏବଂ କାଗିସୋ ରାବାଡା ୧୩ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ଦୁଷ୍ମନ୍ତ ଚାମିରା ୪ ଓଭରରେ ୩୭ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ମହେଶ ଥିକ୍ସହାନା ୪ ଓଭରରେ ୩୧ରନ, ଲାହିରୁ କୁମାରା ୩.୫ ଓଭରରେ ୩୫ ରନ, ଚାମିକା କରୁଣାରତ୍ନେ ୩ ଓଭରରେ ୨୩ରନ, ଓ୍ବାନିନ୍ଦୁ ହାସରାଙ୍ଗା ୪ ଓଭରରେ ୨୦ରନ ୩ ଓ୍ବିକେଟ୍‌ ଏବଂ ଦାସୁନ ସାନାକା ୧ ଓଭରରେ ୭ ରନ ଦେଇଛନ୍ତି ।

   Related Posts