ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରୁ ୧.୫ ମିଲିୟନ କୋଭିସିଲ୍ଡ ଭ୍ୟାକସିନ ନେବ ଦକ୍ଷିଣ ଆଫ୍ରିକା
7/01/2021 at 10:13 PM

ନୂଆଦିଲ୍ଲୀ ୦୭/୦୧ : ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଭାରତ ଠାରୁ କରୋନା ଭାଇରସ ଟିକା ନେବାକୁ କହିଛି । ଭାରତରୁ ପ୍ରାୟ ୧.୫ ମିଲିୟନ ଟିକା ନେବାକୁ ଯୋଜନା କରୁଛି ଦକ୍ଷିଣ ଆଫ୍ରିକା । ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍ କୋଭିସିଲ୍ଡ ପାଇଁ ଭାରତ ସରକାରଙ୍କ ଆଲୋଚନା କରାଯାଇଛି ।
ଏହା ସହ ଆସନ୍ତା ଜାନୁୟାରୀ ମାସରେ କରୋନା ଟିକା ପ୍ରାୟ ୧.୫ ମିଲିୟନ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ସହ ଚୁକ୍ତି ସ୍ବାକ୍ଷର ହେବ ବୋଲି ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଦକ୍ଷିଣ ଆଫ୍ରିକା ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଦେଶର ସ୍ବାସ୍ଥ୍ୟ ନିୟାମକ ସଂସ୍ଥା SAHPRA ସହ ଏହା କାର୍ଯ୍ୟ କରୁଛି । ତେଣୁ ବିଶ୍ବାସ ରହିଛି ଯେ ଭାରତ ସରକାର ଏବଂ ଭ୍ୟାକସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଏହାକୁ ହୃଦୟଙ୍ଗମ କରିବା ସହ ଦେଶରେ ଭ୍ୟାକସିନ୍ ରପ୍ତାନୀ ପାଇଁ ସହଯୋଗ କରିବେ ।