Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଶ୍ବକପ୍ କ୍ରିକେଟ୍ : ଭାରତ ଆଗରେ ୨୨୮ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

5/06/2019 at 6:26 PM

ଲଣ୍ଡନ ୫|୬: ବିଶ୍ୱକପରେ ନିଜ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିଛି ଭାରତ । ଇଂଲଣ୍ଡ ସାଉଥହମ୍ପଟନର ଦ ରୋଜ ବୌଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ବିଶ୍ୱକପର ଅଷ୍ଟମ ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଭାରତୀୟ ବୋଲିଂ ବାହିନୀ ଆଗରେ ଧରାଶାୟୀ ହୋଇ ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣ ଆଫ୍ରିକା ୯ଟି ୱିକେଟ୍ ହରାଇ ୨୨୭ରନ୍ କରିବାକୁ ସକ୍ଷମ ହୋଇଛି । ଭାରତ ଆଗରେ ୨୨୮ ରନ୍ ର ଟାର୍ଗେଟ୍ ଦେଇଛି ଦକ୍ଷିଣ ଆଫ୍ରିକା ।

ଦଳୀୟ ସ୍କୋର ମାତ୍ର ୧୧ ରନ୍ ହୋଇଥିବା ବେଳେ ପ୍ୟାଭିଲିୟନ ଫେରିଯାଇଥିଲେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହସିମ୍ ଅମଲା । ୧୧ରେ ପ୍ରଥମ, ୨୪ରେ ଦ୍ବିତୀୟ, ୭୮ରେ ତୃତୀୟ, ୮୦ରେ ଚତୁର୍ଥ,  ୮୯ରେ ପଞ୍ଚମ ଓ୍ବିକେଟ୍ ହରାଇଥିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଦେଢ ଶହ ଛୁଇଁବା ପୂର୍ବରୁ ହରାଇ ସାରିଥିଲା ୬ଟି ୱିକେଟ୍ । ନିର୍ଦ୍ଧାରିତ ୫୦ ଓଭରରେ ଦକ୍ଷିଣ ଆଫ୍ରିକା ୯ଟି ୱିକେଟ୍ ହରାଇ ୨୨୭ରନ୍ କରିବାକୁ ସକ୍ଷମ ହୋଇଛି । ଭାରତୀୟ ବୋଲରଙ୍କ ଧୂଆଁଧାର ବୋଲିଂ ତିଷ୍ଟି ପାରିନଥିଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ।

   Related Posts