୧୪ ବର୍ଷ ପରେ ପାକିସ୍ତାନ ଆସୁଛି ଦକ୍ଷିଣ ଆଫ୍ରିକା ଟିମ୍, ୨୬’ରୁ ମ୍ୟାଚ୍ ଆରମ୍ଭ
16/01/2021 at 8:19 PM

ଇସଲାମାବାଦ ୧୬/୦୧: ଦୀର୍ଘ ୧୪ ବର୍ଷ ପରେ ପାକିସ୍ତାନ ଆସିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ । ଟେଷ୍ଟ ସିରିଜ୍ ଖେଳିବାକୁ ଶନିବାର କରାଚି ପହଞ୍ଚିବ ଦକ୍ଷିଣ ଆଫ୍ରିକା। ପୂର୍ବରୁ ୨୦୦୭ରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ଖେଳିବାକୁ ପାକିସ୍ତାନ ଆସିଥିଲା। ୧-୦ରେ ସିରିଜ୍ କବ୍ଜା କରିଥିଲା ଦକ୍ଷିଣ ଆଫ୍ରିକା । ପାକିସ୍ତାନ ଏହା ପରେ ୨୦୧୦ ଓ ୨୦୧୩ରେ ୟୁଏଇରେ ଦକ୍ଷିଣ ଆଫ୍ରିକା ସହ ଖେଳିଥିଲା।
୨୦୦୯ରେ ଲାହୋରରେ ଶ୍ରିଲଙ୍କା ଖେଳାଳିଙ୍କ ବସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ନିଜର ଘରୋଇ ମଇଦାନ ଭାବେ ୟୁଏଇକୁ ବାଛିଥିଲା। ଦକ୍ଷିଣ ଆଫ୍ରିକା କରାଚିରେ ପହଞ୍ଚିବା ପରେ ୨୬ରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ କରାଚି ଓ ରାଓ୍ବଲପିଣ୍ଡିରେ(୪ରୁ ୮ ଫେବୃଆରୀ) ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତରାଷ୍ଟ୍ରୀୟ ସିରିଜ୍ ବି ଖେଳିବ ଦକ୍ଷିଣ ଆଫ୍ରିକା।
ଦକ୍ଷିଣ ଆଫ୍ରିକା ଟିମ୍
କ୍ବିଣ୍ଟନ ଡି କକ୍ (ଅଧିନାୟକ), ଏଡେନ ମାର୍କରମ, ଡିନ ଏଲ୍ଗର, ଫାଫ ଡୁ ପ୍ଲେସିସ୍, ତୋମ୍ବା ବାବୁମା, କାଗିସୋ ରାବଡା, ଡ୍ବେନ୍ ପ୍ରିଟୋରିୟସ, କେଶବ ମହାରାଜ, ଲୁଙ୍ଗି ଏନଗିଡି, ରାସୀ ବାନ ଡର ହୁସୈନ, ଏନରିକ ନାର୍ଜ, ଓ୍ବାୟନ ମୁଲ୍ଡର, ଲୁଥୋ ସିପ୍ଲାମାଲା, ବେଉରାନ୍ ହେଣ୍ଡରିକ୍ସ, ସେରେଲ ଇରଓ୍ବେ, କିଗନ ପିଟରସନ, ତବରେଜ୍ ଶମ୍ସି, ଜର୍ଜ ଲିଣ୍ଡେ, ଡେରେନ୍ ଡୁପାବଲିନଳ ମାର୍କୋ ଜାନସନ।