Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଫାଇନାଲ ମ୍ୟାଚକୁ ନେଇ ଦକ୍ଷିଣ ଆଫ୍ରିକା ଅଧିନାୟକ ଡୁ ପ୍ଲେସିସଙ୍କ ଭବିଷ୍ୟବାଣୀ : କହିଲେ ଏହି ଦୁଇ ଟିମ ଖେଳିପାରନ୍ତି ଫାଇନାଲ

7/07/2019 at 2:05 PM

ମଞ୍ଚେଷ୍ଟର ୭/୭ : ଗତକାଲି ଲିଗ ମ୍ୟାଚର ଶେଷ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଟିମ ଅଧିନାୟକ ଫଫ୍ ଡୁ ପ୍ଲେସିସ୍ ଏବଂ ଡୁସେନଙ୍କ ବ୍ୟାଟିଂ ଯୋଗୁଁ ଟିମ୍ ୩୨୫ ରନ କରିବାରେ ସକ୍ଷମ ହୋଇଥିଲା । 

ଅଷ୍ଟ୍ରେଲିଆ ଟିମର ଡେବିଡ୍ ୱାର୍ନର ୧୨୨ ରନ ସହ ଶତକ କରିଥିଲେ । ଆଲେକ୍ସ କେରି ୮୫ ରନ କରିଥିଲେ । ତଥାପି ଅଷ୍ଟ୍ରେଲିଆ ଟିମ୍ ୩୧୫ ରନ କରିପାରିଥିଲେ । ଆଫ୍ରିକା ୧୦ ରନରେ ବିଜୟୀ ହୋଇଥିଲା । ମ୍ୟାଚ ସରିବା ପରେ ଫଫ୍ ଡୁଙ୍କ ଇଣ୍ଟରଭିୟୁ ନିଆଯାଇଥିଲା । ସେ ଫାଇନାଲ ମ୍ୟାଚର ଭବିଷ୍ୟବାଣୀ କରିଛନ୍ତି । ଏହି ଦୁଇ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ହୋଇପାରେ ବୋଲି ଫଫ ଡୁ ଭବିଷ୍ୟବାଣୀ କରିଛନ୍ତି ।

ଫଫ୍ ଡୁ କହିଥିଲେ ଯେ, ଭାରତ ଶ୍ରୀଲଙ୍କା ମ୍ୟାଚରେ ଭାରତ ଜିତି ଯାଇଛି । ସେଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ, ଫାଇନାଲ ମୁକାବିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇପାରେ । ଅଷ୍ଟ୍ରେଲିଆ ଟିମ୍ ଚଳିତ ବିଶ୍ୱକପରେ ବହୁତ ଭଲ ପ୍ରଦର୍ଶନ କରିଛି କିନ୍ତୁ ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା ନଖେଳି ଫେରିଯାଇପାରେ ବୋଲି ସେ କହିଥିଲେ ।  

   Related Posts