ଭାରତ ଗସ୍ତ ଲାଗି ସାଉଥ୍ ଆଫ୍ରିକାର ୱାନଡେ ଟିମ୍ ଘୋଷଣା, ସାମିଲ ହେଲେ ଲିଣ୍ଡେ

Published By : Prameya-News7 Bureau | March 02, 2020 IST

କେପ୍‌ଟାଉନ ୨।୩:  ଭାରତ ଗସ୍ତଲାଗି ସାଉଥ୍ ଆଫ୍ରିକା ସୋମବାର ତାର ୱାନଡେ ଟିମ୍‌ ଘୋଷଣା କରିଛି। ୩ଟି ମ୍ୟାଚ୍‌ର ଏହି ସିରିଜ୍ ଲାଗି ୧୫ଜଣିଆ ଟିମ୍ ଘୋଷଣା ହୋଇଥିବା ବେଳେ ଏଥିରେ ଫାପ୍ ଡୁପ୍ଲେସିସ୍ ଓ ଡୁସେନ ମଧ୍ୟ ଅଛନ୍ତି। ଟିମ୍‌ରେ ସେଭଳି କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ଗତ ଅକ୍ଟୋବରରେ ଟେଷ୍ଟ ଡେବ୍ୟୁ କରିଥିବା ବାମହାତୀ ସ୍ପିନର ଜର୍ଜ ଲିଣ୍ଡେ ଟିମରେ ସାମିଲ ହୋଇଛନ୍ତି।

{"id":231733,"width":579,"height":325,"sizeSlug":"large"}

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିବା କାଇଲ ଭେରିନେ ମଧ୍ୟ ଟିମ୍‌ରେ ଅଛନ୍ତି। କେସବ ମହାରାଜ ଓ ଲୁଥୋ ସିପାମ୍ଲା ମଧ୍ୟ ନିଜନିଜ ସ୍ଥାନରେ ଦୃଢ ଅଛନ୍ତି। ତେବେ ଲିଣ୍ଡେ ସାମିଲ ହୋଇଥିବାରୁ ଟିମରୁ ତାବରେଜ ସାମସୀ ବାଦ ପଡିଛନ୍ତି। ସେହିପରି କାଗିସୋ ରାବଡା ଆହତଜନିତ କାରଣରୁ ଟିମ୍‌ରୁ ବାଦ ପଡିଛନ୍ତି।

{"id":231734,"width":580,"height":386,"sizeSlug":"large"}

ଏହି ସିରିଜର ପ୍ରଥମ ମ୍ୟାଚ୍ ଧର୍ମଶାଳାରେ ମାର୍ଚ୍ଚ ୧୨ତାରିଖ ଦିନ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍‌ଟି ୧୫ ତାରିଖଦିନ ଲକ୍ଷ୍ନୌରେ ଆୟୋଜିତ ହେବାକୁଥିବା ବେଳେ ଶେଷ ତଥା ଚୂଡାନ୍ତ ମ୍ୟାଚ୍ ୧୮ ତାରିଖ ଦିନ କୋଲକାତାର ଇଡେନ ଗାର୍ଡନରେ ଖେଳାଯିବାକୁ ଅନୁସୂଚିତ ହୋଇଛି। ଦକ୍ଷିଣ ଆଫ୍ରିକା ଟିମ୍‌ରେ କ୍ୱିଣ୍ଟନ ଡି କକ୍ (କ୍ୟାପ୍ଟେନ ଏବଂ ୱିକେଟ୍ କିପର)ଙ୍କ ସହ ତେମ୍ବା ବାଭୂମା, ରାସିଭାନ ଡର ଡୁସେନ,ଫାପ୍ ଡୁପ୍ଲେସିସ୍, କାଇଲ ଭେରିନେ, ହେନରିକ୍ କ୍ଲାସେନ, ଡେଭିଡ ମିଲର, ଜନ୍ ସ୍ମଟସ୍, ଆଣ୍ଡିଲେ ଫ୍ୟୁଲକୱାୟୋ, ଲୁଙ୍ଗି ଏନଗିଡି, ଲୁଥୋ ସିପାମ୍ଲା, ବ୍ୟୁରାନ ହେଣ୍ଡରିକ୍ସ, ଅନରିଚ୍ ନୋର୍ଟୋଜେ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ ଭାରତ ଗସ୍ତରେ ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.