ଭାରତରେ ପହଁଚିଲା ଦକ୍ଷିଣ ଆଫ୍ରିକା ଦଳ, ୧୨ରେ ପ୍ରଥମ ଦିନିକିଆ

Published By : Prameya-News7 Bureau | March 09, 2020 IST

ଧର୍ମଶାଳା, ୦୯|୦୩:  ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମାର୍ଚ୍ଚ ୧୨ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ ପାଇଁ ଭାରତରେ ଆସି ପହଁଚିଛି। ୧୬ ସଦସ୍ୟ ବିଶିଷ୍ଟ ଆଫ୍ରିକା ଦଳ ସୋମବାର ଧର୍ମଶାଳା ଅଭିମୁଖେ ଗସ୍ତ କରିବ। ତେବେ ଭାରତୀୟ ଦଳ ମଙ୍ଗଳବାର ସେଠାରେ ପହଁଚିବ।

{"id":235548,"width":748,"height":389,"sizeSlug":"large"}

ଭାରତୀୟ ଖେଳାଳି ବେଙ୍ଗାଲୋରୁରେ ଜାତୀୟ କ୍ରିକେଟ ଏକାଡେମୀରେ ଫିଟନେସ ଟେଷ୍ଟ ଦେବେ। କରୋନା ଭାଇରସ ପ୍ରଭାବକୁ ନଜରରେ ରଖି ଦକ୍ଷିଣ ଆପ୍ରିକା ଦଳର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୋଏବ ମାଞ୍ଜରା ମଧ୍ୟ ଭାରତ ଆସିଛନ୍ତି। ଭାରତରେ ଏବେ ସୁଦ୍ଧା କରୋନା ସଂକ୍ରମିତର ୪୨ଟି ମାମଲା ସାମ୍ନାକୁ ଆସିଛି।

{"id":235550,"width":749,"height":384,"sizeSlug":"large"}

ଏହି ସିରିଜର ଦ୍ୱିତୀୟ ମ୍ୟାଚ ମାର୍ଚ୍ଚ ୧୫ରେ ଲକ୍ଷ୍ନୌରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ମାର୍ଚ୍ଚ ୧୮ରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ଦଳ

କ୍ଲିଣ୍ଟନ୍ ଡିକକ୍, ଟେମ୍ବା ବାବୁମା, ରେସୀ ଚାନଡେର୍ ହୁସେନ, ଫାପ୍ ଡୁପ୍ଲେସିସ, କାଉଲ ବେରୀନୋ, ହେନରିକ କ୍ଲାସେନ, ଡେଭିଡ ମିଲର, ଜାନ ସ୍ମଟସ, ଆଣ୍ଡିଲ ଫେହଲୁକ୍ୱାୟୋ, ଲୁଙ୍ଗା ଆନଗୀଡୀ, ଲୁଥୋ ସିପାମଲା, ବ୍ୟୁରେନୀ ହେଣ୍ଡିକସ୍, ଏନରିକ ନାର୍ଟଜେ, ଜଜ୍ ଲିଣ୍ଡେ, କେଶବ ମହାରାଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.