Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରାତିର ନିଶା ଉତୁରି ନଥିଲା କିନ୍ତୁ ପିଚ୍‌ରେ କମାଲ କଲେ ଗିବ୍‌ସ: ୪୩୪ ରନକୁ ଚେଜ୍‌ରେ ୧୭୫ ରନ୍‌ର ରେକର୍ଡ୍

16/05/2020 at 5:27 PM

ସିଡନୀ, ୧୬|୦୫:  ଦକ୍ଷିଣ ଆଫ୍ରିକାର ବିବାଦୀୟ କ୍ରିକେଟର ହର୍ଷେଲ୍ ଗିବସ୍ ଜଣେ ଷ୍ଟାର ଖେଳାଳି ଭାବେ ଜଣାଶୁଣା । ସେ ଅନେକ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଚମତ୍କାର  । ଗୋଟିଏ ଓଭରରେ ଲଗାତାର ୬ଟି ଛକ୍କା ଲଗାଇବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଏହା ବ୍ୟତୀତ ୨୦୦୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୭୫ରନର ଐତିହାସିକ ଇନିଂସ ଖେଳି ଦଳକୁ ଜିତାଇଥିଲେ, ଯାହା ସ୍ମରଣୀୟ ହୋଇ ରହିଛି ଓ ରହିବ ।

ନିଶାସକ୍ତ ଅବସ୍ଥାରେ ୧୭୫ ରନର ଇନିଂସ

ଗିବସଙ୍କ ଦମରେ ଦକ୍ଷିଣ ଆଫ୍ରିକା ଐତିହାସିକ ବିଜୟ ଲାଭ କରିଥିଲା । ସେ ନିଜ ଆତ୍ମଜୀବନୀରେ ଅନେକ କିଛି ଗୁମର ଫିଟାଇଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ୧୭୫ ରନର ଇନିଂସ ବେଳେ ସେ ନିଶାସକ୍ତ ଥିଲେ । ସେ ପୂର୍ବ ରାତି ୧ଟା ଯାଏଁ ଜଣେ ବନ୍ଧୁଙ୍କ ସହ ମଦ୍ୟପାନ କରିଥିଲେ । ମ୍ୟାଚ ଦିନ ମଧ୍ୟ ତାଙ୍କର ନିଶା ଛାଡିନଥିଲା ।  ମ୍ୟାଚରେ କଙ୍ଗାରୁ ପ୍ରଥମେ ବ୍ୟାଟିଂ କରି ୪୩୩ରନର ବିଶାଳ ସ୍କୋର ଅର୍ଜନ କରିଥିଲା । କିନ୍ତୁ ଗିବସଙ୍କ ବ୍ୟାଟିଂରେ ଦକ୍ଷିଣ ଆଫ୍ରିକା ଏହି ଲକ୍ଷ ହାସଲ କରିନେଇଥିଲା । ଏହି ଦିନିକିଆ କ୍ରିକେଟ ଇତିହାସର ସବୁଠାରୁ ଆକର୍ଷଣୀୟ ବିଜୟ ବୋଲି କୁହାଯାଏ ।

କ୍ୟାରିଅର

୧୯୯୬ରେ ଭାରତ ବିପକ୍ଷରେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପଦାର୍ପଣ କରିଥିବା ଗିବସ୍ ୯୦ଟି ଟେଷ୍ଟ୍ ଖେଳି ୪୧.୯୫ ଆଭରେଜରେ ୬୧୬୭ ରନ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୨୬ଟି ଅର୍ଧଶତକ ରହିଛି । ସେହିପରି ଦିନିକିଆରେ ସେ ୨୪୮ଟି ମ୍ୟାଚ ଖେଳି ୩୬.୧୩ ଆଭରେଜରେ ୮୦୯୪ ରନ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୩୭ଟି ଅର୍ଧଶତକ ରହିଛି । ଏତତ୍ ବ୍ୟତୀତ ୨୩ଟି ଟି୨୦ରେ ସେ ୪୦୦ ରନ କରିଛନ୍ତି ।

   Related Posts