'ସିନେମାରେ କାମ କରିବାକୁ ମନ ଛାଡି ଯାଉଛି' କାଷ୍ଟିଂ କାଉଚ୍ ନେଇ ଏମିତି କାହିଁକି କହିଲେ ଏହି ତାମିଲ ଅଭିନେତ୍ରୀ...

Published By : Prameya-News7 Bureau | March 17, 2020 IST

ମୁମ୍ବାଇ ୧୭/୦୩ : ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି | ସିନେମା ଜଗତର ଅନେକ ଅଭିନେତ୍ରୀ ଏହି ମାମଲାରେ ନିଜର ମତାମତ ରଖିଛନ୍ତି | ନିକଟରେ ତେଲୁଗୁ ଅଭିନେତ୍ରୀ ବାଣୀ ମଧ୍ୟ ନିଜ ମନ କଥା କହିଛନ୍ତି | ଫ୍ୟାସନ ଇଣ୍ଡଷ୍ଟ୍ରିରେ କାମ କରିବା ପରେ ବାଣୀ ଛୋଟ ପରଦାରେ ଏଣ୍ଟ୍ରି କରିଥିଲେ | ଟିଭି ସିରିଏଲ ଦେବମଗଲ ଜରିଆରେ ସେ ଲୋକପ୍ରିୟ ହୋଇଥିଲେ | ସେ ଏହି ଶୋରେ ସତ୍ୟା ଚରିତ୍ରରେ ଅଭିନୟ କରିଥିଲେ | ସିରିଏଲରେ ଲୋକପ୍ରିୟତା ହାସଲ କଲାପରେ ସେ ବଡ ପରଦାରେ ଏଣ୍ଟ୍ରି କରିଥିଲେ | ଗତ ବର୍ଷ ସେ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରି ଫିଲ୍ମ ଜଗତରେ ଏଣ୍ଟ୍ରି କରିଥିଲେ |

{"id":239690,"width":746,"height":746,"sizeSlug":"large"}

ଏକ ସାକ୍ଷାତକାରରେ ବାଣୀ କାଷ୍ଟିଙ୍ଗ କାଉଚ ସମ୍ପର୍କରେ କହିଥିଲେ | ଫିଲ୍ମ ଜଗତରେ ପାଦ ଦେବାପରେ କିଛି ଲୋକ ତାଙ୍କୁ ଆଡ଼ଜଷ୍ଟ କରିବାକୁ କହିଥିଲେ ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ | ତାମିଲ ସିନେମାରେ ଡେବ୍ୟୁ କରିବାପରେ ତାଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଥିଲା | ତେବେ ତାଙ୍କୁ ସିଧାସଳଖ ଭାବେ କେବେ ଆପ୍ରୋଚ କରାଯାଇନଥିଲା ବରଂ ତାଙ୍କ ମ୍ୟାନେଜରଙ୍କ ଜରିଆରେ ତାଙ୍କୁ ଆପ୍ରୋଚ କରାଯାଇଥିଲା ବୋଲି ସେ କହିଛନ୍ତି | କିନ୍ତୁ ସେ କେବେ ଏସବୁ ପ୍ରତି ଧ୍ୟାନ ଦେଇନଥିଲେ |

ସେ କହିଛନ୍ତି ଫିଲ୍ମ ଦୁନିଆରେ କାମ କରିବା ପାଇଁ ସେ ଏତେ ଆଗ୍ରହୀ ନୁହନ୍ତି। ମୋର ଯେବେ ଇଛା ହେବ ମୁଁ ଛୋଟ ପରଦାକୁ ପୁଣି ଫେରିଯିବି | ଯେଉଁ ଅଭିନେତ୍ରୀମାନଙ୍କର ବଡ ଷ୍ଟାର ହେବାର ଆକାଂକ୍ଷା ରହିଛି ସେମାନେ ହିଁ ଏହିଭଳି ଅଫର ସ୍ୱୀକାର କରନ୍ତି | ସେମାନେ ଭାବୁଥିବେ ଏଇଟା ହିଁ ତାଙ୍କ ପାଇଁ ଠିକ ରାସ୍ତା ହୋଇଥିବା ବଡ ଷ୍ଟାର ହେବା ପାଇଁ ଏବଂ ଫିଲ୍ମ ଦୁନିଆରେ ନାଁ କମାଇବା ପାଇଁ | କିନ୍ତୁ ଏହାର ମାନେ ନୁହଁ ଯେ, ବଡ ବଡ ଷ୍ଟାର ପରିଶ୍ରମ କରୁନାହାନ୍ତି | ବଡ ଷ୍ଟାର ହେବା ପାଇଁ ଅଭିନେତ୍ରୀମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥାଏ |"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.