ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ସାଇନ୍ କଲେ ଆଉ ଏକ ବଲିଉଡ୍ ଫିଲ୍ମ, ନଜର ଆସିବେ ଅମିତାଭ ବଚ୍ଚନଙ୍କ ସହ

Published By : Prameya-News7 Bureau | December 28, 2020 IST

ମୁମ୍ବାଇ ୨୮।୧୨: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଶ୍ମିକା ମନ୍ଦାନା ଆଗାମୀ ବର୍ଷ ବଲିଉଡ୍ ଫିଲ୍ମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରଶ୍ମିକା ‘ମିସନ୍ ମଜନୁ’ ରେ ନଜର ଆସିବେ । ୨୩ ଡିସେମ୍ବରରେ ଏହି ଫିଲ୍ମ ନେଇ ଘୋଷଣା କରାଯାଇଛି । ଆଗାମୀ ବର୍ଷ ଫେବୃଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

{"id":383886,"sizeSlug":"large","linkDestination":"none"}

ବଲିଉଡ୍ ରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍ ହେବା ଆଗରୁ ରଶ୍ମିକା ତାଙ୍କର ଦ୍ବିତୀୟ ଫିଲ୍ମ ବି ସାଇନ୍ କରିସାରିଲେଣି । ତାଙ୍କର ଏହି ଦ୍ବିତୀୟ ଫିଲ୍ମ ତାଙ୍କ କ୍ୟାରିୟର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କାରଣ ବିକାସ ବହଲଙ୍କ ଏହି ଫିଲ୍ମରେ ରଶ୍ମିକା ମହାନାୟକ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ । ବର୍ତ୍ତମାନ ପାଇଁ ଏହି ଫିଲ୍ମର ନାଁ ‘ଡେଡଲୀ’ ରଖାଯାଇଛି ।

{"id":383884,"sizeSlug":"large","linkDestination":"none"}

ରିପୋର୍ଟ ଅନୁସାରେ ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହେବ । ଫିଲ୍ମର ସିଡ୍ୟୁଲ ପ୍ରସ୍ତୁତ ହୋଇସାରିଛି । ଏହି ଫିଲ୍ମ ଏକତା କପୁର ଏବଂ ରିଲାଏନ୍ସର ମିଳିତ ପ୍ରଯୋଜନାରେ ନିର୍ମିତ ହେବ । ଏହି ଫିଲ୍ମର କାହାଣୀ ବାପା ଏବଂ ଝିଅ ସଂପର୍କ ଉପରେ ଆଧାରିତ । ନିନା ଗୁପ୍ତା ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ରଶ୍ମିକା କିରିକ ପାର୍ଟି, ଅଞ୍ଜନୀ ପୁତ୍ର, ଗୀତା ଗୋବିନ୍ଦମ୍ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

{"id":383885,"sizeSlug":"large","linkDestination":"none"}

୨୦୧୬ରେ ରଶ୍ମିକା ମନ୍ଦାନା କନ୍ନଡ ଫିଲ୍ମ କିରିକ ପାର୍ଟିରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ରଶ୍ମିକା କନ୍ନଡ ବ୍ୟତୀତ ତାମିଲ, ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ରଶ୍ମିକା ତାଙ୍କ ଅଭିନୟ ପାଇଁ ୨୦୧୭ରେ ସାଉଥ୍ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ମୁଭି ଆଓ୍ବାର୍ଡସରେ ବେଷ୍ଟ୍ ଡେବ୍ୟୁ ଫିମେଲ ପୁରସ୍କାର ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.