ମଦ ବିଜ୍ଞାପନ କରି ଟ୍ରୋଲ୍ ହେଲେ କାଜଲ ଅଗ୍ରୱାଲ, ଲୋକ କହିଲେ-‘ଟଙ୍କା ପାଇଁ କେହି ଏତେ ତଳକୁ ଖସିଯାଏ’

Published By : Prameya-News7 Bureau | November 01, 2021 IST

ନୂଆଦିଲ୍ଲୀ ୦୧/୧୦: ସାଉଥରୁ ନେଇ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ପୂର୍ବ ଦିନ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଗତ ବର୍ଷ ସେ ମୁମ୍ବାଇର ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଦୀପାବଳି ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ଏକ ମଦ ବିଜ୍ଞାପନର ସୁଟିଂ କରିଛନ୍ତି, ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି।

{"width":695,"height":463}
South Actress Kajal Aggarwal get Trolled

ସୂଚନା ଅନୁଯାୟୀ, କାଜଲ ଅଗ୍ରୱାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଗୌତମ କେଚଲୁଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଦେଖାଯାଇଛି ଯେ ଏକ ମଦ ବୋତଲ ଏବଂ ଗ୍ଲାସ ସେମାନଙ୍କ ସାମ୍ନାରେ ରଖାଯାଇଛି। ଫଟୋରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରୀ ଦେଖାଯାଉଛି। ଫଟୋ ସେୟାର କରିବା ସହିତ ଅଭିନେତ୍ରୀ କ୍ୟାପସନରେ ଏହି ଉତ୍ସବ ପାଳନ କରିବାକୁ କହିଛନ୍ତି। ତାଙ୍କର ଫଟୋ ସାତ ଲକ୍ଷରୁ ଅଧିକ ଲାଇକ୍ ପାଇଛି।

ଫଟୋ ଦେଖିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଜଣେ ଲେଖିଛନ୍ତି, ' କେହି ମଣିଷ ଏତେ ତଳକୁ କିପରି ଖସି ଯାଇପାରେ। ଟଙ୍କା ପାଇମଁ ମଦକୁ ପ୍ରୋତ୍ସାହିତ କରୁଛନ୍ତି। ସେ ଭଲଭାବରେ ଜାଣନ୍ତି ଯେ ତାଙ୍କର ଅଧିକାଂଶ ଫଲୋୟର୍ସ ୧୮ ରୁ ୨୫ ବର୍ଷର ଅଛନ୍ତି।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ଏନସିବିକୁ ରେଡ୍ ପାଇଁ ପଠାଇବାକୁ ପଡ଼ିବ।' ସେହିଭଳି ଅନେକ ଲୋକ ତାଙ୍କ ଫଟୋ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.