ସୌରଭ ଗାଙ୍ଗୁଲିଙ୍କ ଝିଅ ବହୁତ ଜିଦ୍‌ଖୋର୍‌: ଶୁଣନ୍ତି ନାହିଁ ବାପାଙ୍କ କଥା, ସୋସିଆଲ ମିଡିଆରେ ବାପ ଓ ଝିଅଙ୍କ ମଧ୍ୟରେ ହେଲା କଥା କଟାକଟି

Published By : Prameya-News7 Bureau | November 26, 2019 IST

ନୂଆଦିଲ୍ଲୀ୨୬/୧୧: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ୍ ଗାଙ୍ଗୁଲିଙ୍କ ଦମଦାର୍‌ ବ୍ୟାଟିଂ ଓ ବଳିଷ୍ଠ କ୍ୟାପଟେନ୍‌ସିପ୍‌କୁ କ୍ରିକେଟପ୍ରେମୀ ଏବେ ବି ମନେ ରଖିଛନ୍ତି। ସେ କ୍ରିକେଟ ଖେଳରୁ ସନ୍ନ୍ୟାସ ନେବା ପରେ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ। ଏ​‌ବେ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି। ନିକଟରେ ଗାଙ୍ଗୁଲି ନିଜର ଗୋଟିଏ ଫଟୋ ସୋସିଆଲ ମଡିଆରେ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ଗାଙ୍ଗୁଲି ଓ ତାଙ୍କ ଝିଅଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଯୁଦ୍ଧ ହୋଇଥିଲା।

{"id":190324,"sizeSlug":"large"}

 ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ପିଙ୍କ୍‌ ବଲର ଦିବା-ରାତ୍ରୀ ମ୍ୟାଚର ଆୟୋଜନ କରି ଗାଙ୍ଗୁଲି ପୁଣି ଥରେ ନିଜକୁ ପ୍ରମାଣିତ କରିଛନ୍ତି। ଭାରତୀୟ ଟିମ୍‌ର ବିଜୟ ହାସଲ ପରେ ସୋସିଆଲ ମିଡିଆରେ ଗାଙ୍ଗୁଲି ଏକ ଫଟୋ ପୋଷ୍ଟ କରିଥିଲେ। ଟେଷ୍ଟ ମ୍ୟାଚର ରିପ୍ରେଜେଣ୍ଟ ସେରେମନିର୍‌ ଏକ ଫଟୋ ଗାଙ୍ଗୁଲି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଗାଙ୍ଗୁଲି ରାଗିଲା ଭଳି ଦେଖାଯାଉଥିଲେ। ଏହି ଫଟୋରେ ଗାଙ୍ଗୁଲିଙ୍କ ପ୍ରଂଶସକଙ୍କ ସମେତ ତାଙ୍କ ଝିଅ ସାନା ମଧ୍ୟ କମେଣ୍ଟ କରିଥିଲେ।

{"id":190326,"sizeSlug":"large"}

ଏହି ଫଟୋରେ ସାନା ଗାଙ୍ଗୁଲିଙ୍କୁ ପ୍ରଶ୍ନ କରିଛନ୍ତି। ସନା ଲେଖିଛନ୍ତି ଯେ ‘ଏମିତି କ’ଣ ହେଲା ଯେ ଯାହା ଆପଣଙ୍କୁ ପସନ୍ଦ ହେଲା ନାହିଁ’। ସାନାଙ୍କ କମେଣ୍ଟରେ ଉତ୍ତର ରଖିବାକୁ ଯାଇ ଗାଙ୍ଗୁଲି ଯେ ‘ତାଙ୍କ କଥା ସନା ମାନି ନାହାନ୍ତି, ତେଣୁ ମନ ଦୁଃଖ’ । ଏହା ପରେ ସାନା ଲେଖିଥିଲେ ଯେ  ‘ଏବେ ତାଙ୍କ ବାପାଙ୍କୁ ପାଖରୁ ଶିଖୁଛନ୍ତି’। ଏହିଭଳି ଭାବେ ଗାଙ୍ଗୁଲି ଓ ତାଙ୍କ ଝିଅ ସାନାଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଥା କଟାକଟି ହୋଇଥଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.