ସୌରଭ ଗାଙ୍ଗୁଲିଙ୍କ ପରେ ତାଙ୍କ ଭାଇ, ବେଙ୍ଗଲ କ୍ରିକେଟ ଦେବ ବଡ ଦାୟିତ୍ୱ

Published By : Prameya-News7 Bureau | January 10, 2020 IST

କୋଲକାତା ୧୦/୦୧- ସୌରଭ ଗାଙ୍ଗୁଲିଙ୍କ ପରେ ତାଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲିଙ୍କ ଉପରେ ଭରସା କରିଛି କ୍ରିକେଟ ଆସେସିଏସନ ଅଫ ବେଙ୍ଗଲ । ଦାଦାଙ୍କ ପରେ ଦାଦାଙ୍କ ଦାଦାଙ୍କୁ ମିଳିବ ବଡ ଦାୟିତ୍ୱ । ଖବର ଅନୁଯାୟୀ ଖୁବଶୀଘ୍ର ସ୍ନେହାଶିଷ ଗାଙ୍ଗୁଲି  କ୍ରିକେଟ ଆସେସିଏସନ ଅଫ୍ ବେଙ୍ଗଲ (ସିଏବି) ସଂପାଦକ ପଦବୀର ଅଧିଷ୍ଠିତ ହେବେ । ସେହି ରିପୋର୍ଟ  ଅନୁଯାୟୀ ଅଭିଷେକ ଡାଲମିଆ ସିଏବିର ନୂଆ  ସଭାପତି ଭାବେ  ନିର୍ବାଚିତ ହେବେ ।  ବିସିସିଆଇ ସଭାପତି ହେବା ପୂର୍ବରୁ  ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି  ସିଏବି ସଭାପତି ଥିଲେ । ସେ ପଦ ଛାଡିବା ପରଠୁ ଏହି ପଦଟି ଖାଲି ରହିଛି ।

{"id":209487,"width":584,"height":440,"sizeSlug":"large"}

ଏକ ଇଂରାଜୀ ଖବର କାଗଜ ରିପୋର୍ଟ ଅନୁଯାୟୀ  ସିଏବିର ପଦପଦବୀରେ ଏବେ  ପରିବର୍ତ୍ତନ ହେବାକୁ ଯାଉଛି ।  ବର୍ତ୍ତମାନ ଅଭିଷେକ ଡାଲମିଆ ସିଏବିର ସଂପାଦକ  ଅଛନ୍ତି । ତାଙ୍କର ପଦୋନ୍ନତି ପରେ ସଂପାଦକ ହେବେ ସ୍ନେହାଶିଷ  ଗାଙ୍ଗୁଲି । ତେବେ ସ୍ନେହାଶିଷ ବି ଜଣେ କ୍ରିକେଟର ।

{"id":209488,"width":573,"height":283,"sizeSlug":"large"}

ପୂର୍ବତନ ଫାଷ୍ଟକ୍ଲାସ କ୍ରିକେଟ ପ୍ଲେୟାର ସ୍ନେହାଶିଷ ବେଙ୍ଗଲ ପାଇଁ ୫୯ ମ୍ୟାଚ୍ ଖେଳିଛନ୍ତି ।  ପ୍ରଥମସ୍ରେଣୀ କ୍ରିକେଟରେ ସେ ୨୫୩୪ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ହାରାହାରି  ରେକର୍ଡ ୩୯.୫୯ ।  ଏହା ବ୍ୟତୀତ ସେ  ଲିଷ୍ଟ ଏ ଟୁର୍ଣ୍ମାମେଣ୍ଟରେ  ୧୮ ଟି ମ୍ୟାଚ୍ ଖିଳି ୧୮.୩୩ ହାରାହାରି ହାରରେ ମୋଟ ୨୭୫ ରନ୍ ସ୍କୋର କରିଛନ୍ତି । ଯଦି ସ୍ନେହାଶିଷ ସିଏବି ସମ୍ପାଦକ ନିଯୁକ୍ତ ହୁଅନ୍ତି , ତେବେ କ୍ରିକେଟ ପ୍ରଶାସନରେ କ୍ରିକେଟ   ଖେଲାଳିଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏପଟେ ବେଙ୍ଗଲ କ୍ରିକେଟର ମହାରଥି ସୌରଭଙ୍କ ଦବଦବା ପୁଣି ଥରେ ଜାହିର ହେବ ।    

{"id":209489,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.