Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲମ୍ବା ବିଶ୍ରାମ ପରେ ଟିମ୍‌କୁ ଫେରିବେ କି ଧୋନୀ ? ଆସନ୍ତା ୨୪ରେ ଚୟନ କମିଟି ସହ ଆଲୋଚନା କରିବେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ ୧୭|୧୦: କ’ଣ ହେବ ଧୋନୀଙ୍କ ଭାଗ୍ୟ । ଲମ୍ବା ବିଶ୍ରାମ ପରେ ଟିମ୍ କୁ ଫେରିବେ କି ଧୋନୀ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଭାଗ୍ୟ ନେଇ ୨୪ ଅକ୍ଟୋବରରେ ସିଲେକସନ୍ କମିଟି ସହ ଆଲୋଚନା କରିବେ ବିସିସିଆଇର ନୂଆ ଆଗାମୀ ଅଧ୍ୟକ୍ଷ ।

ସୌରଭ ଗାଙ୍ଗୁଲି ଦାୟିତ୍ବ ସମ୍ଭାଳିବା ପରେ ୨୪ ଅକ୍ଟୋବରରେ ଭାରତ ଏବଂ ବାଂଲାଦେଶ ଭିତରେ ହୋମ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ପାଇଁ ଟିମ୍ ଚୟନ ହେବ । ଏହାପରେ ଦୁଇ ଟିମ୍ ଭିତରେ ଟେଷ୍ଟ ସିରିଜ ହେବ । ତେବେ ଏଥିରେ ଧୋନୀ ସାମିଲ ହେବେ କି ନାହିଁ, ତାହା ଜଣାପଡିନାହିଁ ।

ବିଶ୍ବକପ୍ ପରଠୁ ଧୋନୀ ଟିମ୍ ରେ ନାହାନ୍ତି । ତେବେ ଗାଙ୍ଗୁଲି କହିଛନ୍ତି ଦାୟିତ୍ବ ନେବା ପରେ ହିଁ ଚୟନକର୍ତ୍ତାଙ୍କ ପ୍ରଥମ ବୈଠକ ପରେ ହିଁ ପ୍ରତିକ୍ରିୟା ରଖିବି । କ୍ରିକେଟରୁ ଧୋନୀଙ୍କ ସନ୍ୟାସ ନେବା ପ୍ରଶ୍ନର ଜବାବ ରଖି ଗାଙ୍ଗୁଲି କହିଛନ୍ତି, ଏ ବାବଦରେ ଧୋନୀଙ୍କୁ ପଚାରିବାର ଆବଶ୍ୟକତା ରହିଛି । ଆସନ୍ତା ୨୪ତାରିଖରେ କ୍ୟାପଟେନ୍ କୋହଲିଙ୍କୁ ଭେଟିବେ ସୌରଭ ଗାଙ୍ଗୁଲି ।

270 Views

   ସମ୍ବନ୍ଧିତ ଖବର