Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହେବା ଯୋଗୁଁ ତାଙ୍କୁ ସହିବାକୁ ପଡିବ କୋଟି କୋଟି ଟଙ୍କାର କ୍ଷତି, ଆଉ କରି ପାରିବେ ନାହିଁ ଏହି କାମ

15/10/2019 at 5:55 PM

ନୂଆଦିଲ୍ଲୀ୧୫|୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ। ଅକ୍ଟୋବର ୨୩ ତାରିଖରୁ ଗାଙ୍ଗୁଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ପରିଚାଳିତ ହେବ। ବିସିସିଆଇର ଅଧ୍ୟକ୍ଷ ହେବା ଯୋଗୁଁ ଗାଙ୍ଗୁଲିଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ହେବ। ବିସିସିଆଇରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୧୦ ମାସ ରହିବ କାହିଁକି ନା ୨୦୨୦ ସେପ୍ଟେମ୍ବର ମାସରେ ତାଙ୍କୁ କୁଲିଙ୍ଗ୍‌ ଅଫ୍‌ ପିରିୟଡ୍‌ରେ ଯିବାକୁ ହେବ। ଅର୍ଥାତ ୬ ବର୍ଷ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରଫେସନାଲ କାର୍ଯ୍ୟକ୍ରମରେ ଗାଙ୍ଗୁଲି ଭାଗ ନେଇ ପାରିବେ ନାହିଁ।

୪୭ ବର୍ଷ ବୟସ୍କ ସୌରଭ ଗାଙ୍ଗୁଲି କ୍ରିକେଟ ମ୍ୟାଚରେ କମେଣ୍ଟ୍ରି କରିବା ସହ ଟିଭି ସୋ ରେ ଏକ୍ସପର୍ଟସ ଭୂମିକାରେ ନଜର ଆସିଥାନ୍ତି। ଏଥିସହ ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଗାଙ୍ଗୁଲି ମେଣ୍ଟର ଭାବେ ଯୋଡି ରହିଥିଲେ। ବିସିସିଆଇର ଅଧ୍ୟକ୍ଷ ହେବା ପରେ ଗାଙ୍ଗୁଲିଙ୍କୁ ୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ବୋଲି ସୂଚନା ମିଳିଛି।

ଗାଙ୍ଗୁଲିଙ୍କ ଅଧିନାୟକତ୍ବରେ ୨୦୦୩ ମସିହାରେ ବିଶ୍ବକପ୍‌ ମ୍ୟାଚରେ ଟିମ ଇଣ୍ଡିଆ ରନର୍ସ ହୋଇଥିଲା। କ୍ରିକେଟ ଆସୋସିଏସନ ଅଫ୍‌ ବଙ୍ଗାଲ(ସିଏବି)ର ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳୁଥିବା  ଗାଙ୍ଗୁଲଙ୍କୁ ବିସିସିଆଇର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ଏଥିଲାଗି ସୌରଭ ଗାଙ୍ଗୁଲିଙ୍କୁ କମେଣ୍ଟ୍ରି ଛାଡିବା ପାଇଁ ପଡିବ।

   Related Posts