Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି

14/10/2019 at 10:34 AM

ନୂଆଦିଲ୍ଲୀ ୧୪/୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହେବେ ବିସିସିଆଇ ସଭାପତି। ଏକ ନାଟକୀୟ ଘଟଣାକ୍ରମେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ପରବର୍ତୀ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସେହିଭଳି କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କୁ ସଂପାଦକ ପଦ ମିଳିବ। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ପଦରେ ଅବସ୍ଥାପିତ ହେବେ। ବିସିସିଆଇ ସୂତ୍ରରୁ ରବିବାର ଏହା ଜଣାପଡ଼ିଛି। ତେବେ ଏଥିନେଇ ଆନୁଷ୍ଠାନିକ ଘୋଷଣା ଆସନ୍ତା କିଛି ଦିନ ମଧ୍ୟରେ ହେବ।

ଭାରତର ଅନ୍ୟତମ ସଫଳ କ୍ରିକେଟ୍ ଅଧିନାୟକ ଭାବେ ପରିଚିତ ୪୭ ବର୍ଷୀୟ ଗାଙ୍ଗୁଲି ସଂପ୍ରତି ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି)ର ସଭାପତି ଅଛନ୍ତି। ସେଥିପାଇଁ ସେ ମାତ୍ର ୧୦ ମାସ ପର୍ଯ୍ୟନ୍ତ ବିସିସିଆଇର ସଭାପତି ପଦରେ ରହି ପାରିବେ। ସିଏବି ଏବଂ ବିସିସିଆଇ ସଭାପତି ଭାବେ ୬ ବର୍ଷ ପୂରଣ କରିବା ପରେ ଲୋଧା ସମିତି ସୁପାରିସ ମୁତାବକ ତାଙ୍କୁ କୁଲିଂ ଅଫ୍ ପିରିୟଡ୍ ରେ ଯିବାକୁ ହେବ। ସଭାପତି ପଦ ଦୌଡ଼ରେ ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ମଧ୍ୟ ଥିଲେ। ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନଙ୍କ ସହଯୋଗରେ ଏଥିଲାଗି ସେ ଗତ ଦୁଇ ସପ୍ତାହ ହେବ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଥିଲେ। ହେଲେ ଅଧିକାଂଶ ସଦସ୍ୟ ତାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କୁ ପୂର୍ବାଞ୍ଚଳ ସହ ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ। ବ୍ରିଜେଶ ଶେଷ ପର୍ଯ୍ୟନ୍ତ ପ୍ରମୁଖ ଦାବିଦାର ଥିଲେ। ଶେଷ କ୍ଷଣରେ କିନ୍ତୁ ଗାଙ୍ଗୁଲି ବାଜି ମାରି ନେଇଥିଲେ। ତେବେ ବ୍ରିଜେଶଙ୍କୁ ଖୁସି କରିବା ଲାଗି ତାଙ୍କୁ ଆଇପିଏଲ୍ ଅଧ୍ୟକ୍ଷ ପଦ ଦିଆଯାଇପାରେ।

ସେପଟେ କିର୍ତି ଆଜାଦଙ୍କୁ ପଛରେ ପାକଇ ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ବାଡ୍ ବିସିସିଆଇର ୯ ଜଣିଆ ପରିଚାଳନା ପରିଷଦ ଲାଗି ଭାରତୀୟ କ୍ରିକେଟ୍ ସଂଘର ପୁରୁଷ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ ସଂଘର ମହିଳା ପ୍ରତିନିଧି ଭାବେ ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ସାରିଛନ୍ତି। ନୂଆ କର୍ମକର୍ତା କାର୍ଯ୍ୟଭାର ଗ୍ରହଣ କଲେ ଉଚ୍ଚତମ ନ୍ୟାୟଳୟ ନିଯୁକ୍ତ ପ୍ରଶାସନିକ ସମିତିର ୩୩ ମାସ କାର୍ଯ୍ୟକାଳ ଶେଷ ହେବ। ବିସିସିଆଇ ନିର୍ବାଚନ ଲାଗି ସୋମବାର ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିଲା। ହେଲେ ଅଧିକାଂଶ ପଦ ଲାଗି ସହମତି ହୋଇ ସାରିଥିବାରୁ ନିର୍ବାଚନ ହେବାର ଆଉ ଆବଶ୍ୟକତା ପଡ଼ିବ ନାହିଁ।

   Related Posts