ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ବ ଗ୍ରହଣ କଲେ ସୌରଭ ଗାଙ୍ଗୁଲି

Published By : Prameya-News7 Bureau | October 23, 2019 IST

ମୁମ୍ବାଇ ୨୩/୧୦: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ମୁମ୍ବାଇରେ ଭାରତୀୟ କ୍ରିକେଟ କଣ୍ଟୋଲ୍ ବୋର୍ଡ଼(ବିସିସିଆଇ)ର ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବିସିସିଆଇର ୩୯ତମ ସଭାପତି ହୋଇଛନ୍ତି। ଏହା ସହିତ ୩୩ମାସ ତଳେ ସୁପ୍ରିମ କୋର୍ଟ ଦ୍ବାରା ଗଠିତ ପ୍ରଶାସକଙ୍କ ସମିତି ମଧ୍ୟ ଭଙ୍ଗ ହୋଇଯାଇଛି। ଗାଙ୍ଗୁଲି ୨୦୨୦ମସିହା ଜୁଲାଇ ମାସ ଯାଏଁ ଏହି ପଦ ସମ୍ଭାଳିବେ।

{"id":173574,"width":584,"height":439}

ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ସଚିବ ଏବଂ ରାଜ୍ୟ ଅର୍ଥ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଉତ୍ତରାଞ୍ଚଳର ମହିମ ବର୍ମା ଉପାଧ୍ୟକ୍ଷ ଏବଂ କେରଳର ଜୟେଶ ଜର୍ଜ ସଂଯୁକ୍ତ ସଚିବ ହୋଇଛନ୍ତି। ଗାଙ୍ଗୁଲି ଅକ୍ଟୋବର ୧୫ତାରିଖରେ ଟ୍ବିଟରରେ ଜୟ ଶାହ,ଅନୁରାଗ ଏବଂ ଅରୁଣଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

{"id":173576}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.