Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

‘ସେହି ଯନ୍ତ୍ରଣା ବହୁତ କଷ୍ଟ ଥିଲା’, କ୍ୟାପଟେନସିପ୍ ହରାଇବା ପରର ଅନୁଭୂତି କହିଲେ ଦାଦା

8/04/2021 at 2:45 PM

ନୂଆଦିଲ୍ଳୀ,୦୮।୪: ଭାରତୀୟ କ୍ରିକେଟରେ ଜଣେ ଚର୍ଚ୍ଚିତ ନାମ ହେଉଛି ସୌରଭ ଗାଙ୍ଗୁଲି । ଦାଦାଙ୍କୁ ଭାରତୀୟ କ୍ରିକେଟରେ ପରିବର୍ତ୍ତନର ରୂପ ଭାବେ ଦେଖାଯାଏ । ଦାଦାଙ୍କ ନେତୃତ୍ୱରେ ଦଳ ଦେଶ ବିଦେଶରେ ଅନେକ ରେକର୍ଡ କରିଛି । ବିଦେଶ ମାଟିରେ ଜିତିବାରେ ମଧ୍ୟ ରେକର୍ଡ ପରେ ରେକର୍ଡ କରିଛି।  ଯାହା ଆଜିବି ବିରାଟ କୋହଲିଙ୍କ ନେତୃତ୍ବରେ ଜାରି ରହିଛି। 

ଭାରତୀୟ ଦଳ ଏଭଳି ଏକ ସମୟ ଦେଇ ଗତି କରୁଥିଲା ଯେତେବେଳେ ଗାଙ୍ଗୁଲି ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରିଥିଲେ। ଏନେଇ ସେ ମନର ବେଦନା କହିଛନ୍ତି । ଅନେକ ଘଟଣା ଉପରୁ ଗୁମର ଖୋଲିଛନ୍ତି ।  ଗାଙ୍ଗୁଲି କହିଛନ୍ତି ଯେ,, ୨୦୦୫ ରେ ଯେତେବେଳେ ତାଙ୍କୁ ଅଧିନାୟକତ୍ବ ପଦରୁ ହଟାଇବା ପରେ ଦଳରୁ ବାହାରକରାଯାଇଥିଲା । ତାହା ତାଙ୍କ ପାଇଁ ବଡ ଝଟକା ଥିଲା। ଗୁଳି ଖାଇଲା ଭଳି ଲାଗିଥିଲା । ଜୀବନରେ କୌଣସି ଜିନିଷକୁ ଗ୍ୟାରେଣ୍ଟି ଦେଇ ହେବନି ଓ ସବୁବେଳେ ଚାପ ସହିବାକୁ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି ।

ଏକ ଅନଲାଇନ୍ ପ୍ରମୋସନାଲ ଇଭେଣ୍ଟରେ ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଯେ, ଜୀବନରେ ଏଭଳି ଖରାପ ସ୍ଥିତିର ସାମ୍ନା କରିବାକୁ ହେବ। ଏହା ଆପଣଙ୍କ ମାନସିକତା କେତେ ଦୃଢ ଏହା ତାକୁ ପ୍ରମାଣିତ କରିଥାଏ। ଖେଳ, ବ୍ୟବସାୟ କିମ୍ବା ଅନ୍ୟ କିଛି ଦିଗ ହେଉ ପଛେ,  ଜୀବନର କୌଣସି ଭରସା ନାହିଁ। ଆପଣଙ୍କୁ ପ୍ରତି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ରହିବା ଦରକାର। ପ୍ରତ୍ୟେକ ମଣିଷ ଜୀବନରେ ଚାପ  ରହିଥାଏ। ସେଥିପାଇଁ ଚାପର ସମ୍ମୁଖୀନ କରି ଏହା ବିରୋଧରେ ଲଢେଇ କରିବାକୁ ହୁଏ ।

ଦଳର ପୂର୍ବତନ ଖେଳାଳି ତଥା ବିସିସିଆଇ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଯେତେବେଳେ ପ୍ରଥମ ଟେଷ୍ଟ ଖେଳନ୍ତି ନିଜ ସହିତ ଦୁନିଆକୁ ଏହା ମଧ୍ୟ ପ୍ରମାଣିତ କରିବାକୁ ପଡିଥାଏ ଯେ, ଆପଣ ଏହି  ମଞ୍ଚ ପାଇଁ ହୋଇଛନ୍ତି। କିଛି ମ୍ୟାଚ୍ ଖେଳିବା ପରେ ଯେତେବେଳେ  ଭଲ ଖେଳନ୍ତି ପ୍ରଶଂସା ମିଳେ। ଟିକେ ବି ଭୁଲ ହୋଇଗଲେ କିମ୍ବା ଖରାପ ଖେଳିଲେ ସମାଲୋଚନା ଆରମ୍ଭ ହୋଇଯାଏ। ଏହା କୌଣସି ଖେଳାଳିର ଜୀବନରେ ଦୀର୍ଘ ସମୟ ଧରି ଚାଲିଥାଏ ।

ସୂଚନାଯୋଗ୍ୟ, ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତ ଟେଷ୍ଟ, ଦିନିକିଆକୁ ମିଶାଇ ମୋଟ ୧୯୬ଟି ମ୍ୟାଚ୍ ଖେଳିଛି। ସେଥିରୁ ୯୭ ଟିରେ ଦଳ ଜିତିଥିବା ବେଳେ ୭୯ଟିରେ ପରାଜୟର ସାମ୍ନା କରିଛି ।

   Related Posts