ମମତା ସରକାରଙ୍କ ଜମି ଫେରାଇ ଦେଲେ ସୌରଭ ଗାଙ୍ଗୁଲୀ, ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା

Published By : Prameya-News7 Bureau | August 23, 2020 IST

କୋଲକାତା ୨୩।୮:  ଟିମ୍‌ ଇଣ୍ଡିଆ ପୂର୍ବତନ କ୍ୟାପ୍ଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ମମତା ସରକାର ତାଙ୍କୁ ଦେଇଥିବା ଜମି ଫେରାଇ ଦେଇଛନ୍ତି। ବିଦ୍ୟାଳୟ ନିର୍ମାଣ ଲାଗି ରାଜ୍ୟ ସରକାର ତାଙ୍କୁ ଏହି ଭୂମି ପଟ୍ଟା ଆବଣ୍ଟନ କରିଥିଲେ। ତେବେ ଏଥିରେ ସେ ଏପର୍ଯ୍ୟନ୍ତ କୌଣସି ନିର୍ମାଣ କରିନଥିବା ବେଳେ ଜମିକୁ ପୁଣି ଥରେ ସରକାରଙ୍କୁ ଫେରସ୍ତ କରିଦେଇଛନ୍ତି। ତେବେ ଦାଦାଙ୍କ ଏପରି ପଦକ୍ଷେପକୁ ନେଇ ରାଜ୍ୟ ବିଜେପିରେ ତାଙ୍କର ଯୋଗଦାନ ନେଇ ଚର୍ଚ୍ଚା ଜୋର ଧରିଛି।

{"id":319085,"sizeSlug":"large"}

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆଗାମୀ ବର୍ଷ। ତେବେ ରାଜ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀ ଚେହେରା ଖୋଜାପଡିଥିବା ବେଳେ ହୁଏତ ଏଥିଲାଗି ଗାଙ୍ଗୁଲୀ ଉପଯୁକ୍ତ ପ୍ରାର୍ଥୀ ହୋଇପାରନ୍ତି ବୋଲି ଏବେ ବିଚାର କରାଯାଉଛି। ମିଳୁଥିବା ସୂଚନା ଅନୁସାରେ ସୌରଭ ଗାଙ୍ଗୁଲୀ ନିକଟରେ ନବାନ୍ନାସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ବେଳେ ସ୍କୁଲ ତିଆରି ପାଇଁ ରାଜ୍ୟ ସରକାର ତାଙ୍କୁ ନ୍ୟୁ ଟାଉନରେ ଦେଇଥିବା ୨ ଏକର ଜମିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଫେରସ୍ତ କରିଦେଇଥିଲେ।

{"id":319086,"sizeSlug":"large"}

ତେବେ ମମତାଙ୍କ ପୂର୍ବରୁ ରାଜ୍ୟରେ ଶାସକ ଥିବା ବାମପନ୍ଥୀ ସରକାର ମଧ୍ୟ ସୌରଭ ଗାଙ୍ଗୁଲୀଙ୍କୁ ବିଦ୍ୟାଳୟ ନିମନ୍ତେ ସଲ୍ଟ ଲେକ୍‌ରେ ୨ ଏକର ଜମି ଦେଇଥିଲେ। ତେବେ ଆଇନଗତ ସମସ୍ୟା ଯୋଗୁ ସେ ଜମି ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନାହିଁ। ବାମପନ୍ଥୀ ସରକାରଙ୍କ ପରେ ରାଜ୍ୟରେ ସରକାରକୁ ଆସିଥିବା ମମତାଙ୍କ ତୃଣମୂଳ ସରକାରଙ୍କ ପକ୍ଷରୁ ୱେଷ୍ଟ ବେଙ୍ଗଲ ହାଉସିଂ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଗାଙ୍ଗୁଲୀଙ୍କୁ ଆଇସିଏସସି ବୋର୍ଡ ସ୍କୁଲ ନିର୍ମାଣ ନିମନ୍ତେ ୨ ଏକର ଜମି ଆବଣ୍ଟିତ କରିଛନ୍ତି। ହେଲେ ଏବେ ଏଥିରେ ମଧ୍ୟ ଆଇନଗତ ପେଞ୍ଚ ବାହାରିଛି।

{"id":319087,"sizeSlug":"large"}

ଗାଙ୍ଗୁଲୀ ଏଜୁକେସନାଲ ଏଣ୍ଡ ୱେଲଫେୟାର ସୋସାଇଟି ପକ୍ଷରୁ ଭୂମି ଫେରସ୍ତ ନେଇ ଲିଖିତ ଆବେଦନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।  ମୁଖ୍ୟମନ୍ତ୍ରୀ ପତ୍ର ସ୍ୱୀକାର କରିବା ସହ ଫାଇଲକୁ ଅର୍ଥବିଭାଗଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ସୌରଭ ଯେଉଁ ଭଳି ଭାବେ ଜମି ଫେରସ୍ତ କରିଛନ୍ତି ସେଥିରୁ ଅନ୍ୟ ଏକ ସଂକେତ ମିଳୁଛି। ଏଥିରେ ଗାଙ୍ଗୁଲୀଙ୍କୁ ବିସିସିଆଇ ଅଧ୍ୟକ୍ଷ ମନୋନୟନରେ ଅମି ଶାହ ଓ କେନ୍ଦ୍ର ସରକାରଙ୍କ ୨ ଅନ୍ୟ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରୁ ସେ ବିଜେପିରେ ସାମିଲ ହେବା ନେଇ ଏବେ ଅଙ୍କ କଷା ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.