୨୦୦୧ ଇଡେନଗାର୍ଡେନ୍ ଟେଷ୍ଟକୁ ମନେ ପକାଇଲେ ଗାଙ୍ଗୁଲି, ଇତିହାସ ରଚିଥିଲେ ଦ୍ରାବିଡ ଓ ଲକ୍ଷ୍ମଣ
15/04/2020 at 3:47 PM

କୋଲକାତା, ୧୫|୦୪: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ଏକ ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଛନ୍ତି । ୨୦୦୧ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ଇଡେନଗାର୍ଡେନରେ ଟେଷ୍ଟ୍ ମ୍ୟାଚ ବିଜୟୀ ହୋଇଥିଲା । ଏହି ମ୍ୟାଚକୁ ଗାଙ୍ଗୁଲି ମନେ ପକାଇଛନ୍ତି ।
ସୋସିଆଲ ମିଡିଆରେ ଜଣେ ୟୁଜର ଏହି ବିଜୟ ପାଳନର କିଛି ଫଟୋ ସେୟାର କରିଥିଲେ । ଏହି ପୋଷ୍ଟରେ ଗାଙ୍ଗୁଲି ଏହା ଏକ ଆକର୍ଶଣୀୟ ବିଜୟ ଥିଲା ବୋଲି କହିଛନ୍ତି । ଏହି ମ୍ୟାଚରେ ଭାରତ କଙ୍ଗାରୁ ବିପକ୍ଷରେ ୧୭୧ ରନରେ ବିଜୟୀ ହୋଇଥିଲା । ଏହାସହ ଫଲୋଅନର ଶିକାର ହୋଇ ତୃତୀୟ ଦଳ ଭାବେ ବିଜୟ ଲାଭ କରିଥିଲା ।
ପ୍ରଥମ ଇନିଂସରେ ଅଷ୍ଟ୍ରଲିଆ ୪୪୫ ରନ କରିଥିଲା । ଜବାବରେ ଭାରତ ୧୭୧ ରନରେ ଅଲଆଉଟ ହୋଇ ଫଲୋଅନର ଶିକାର ହୋଇଥିଲା ।ଦ୍ୱିତୀୟ ଇନିଂସରେ ଭାରତ ୧୧୫ ରନରେ ୩ ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ରାହୁଲ ଦ୍ରାବିଡ ଓ ଭିଭିଏସ ଲକ୍ଷ୍ମଣ ୩୭୬ ରନର ପାର୍ଟନରସିପ କରି ୬୫୭ ରନ କରିବା ସହ ଅଷ୍ଟ୍ରେଲିଆକୁ ୩୮୪ ରନରର ଟାର୍ଗେଟ ଦେଇଥିଲେ । ଜବାବରେ କଙ୍କାରୁ ମାତ୍ର ୨୧୨ ରନରେ ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ହରଭଜନ ସିଂ ୬ଟି ଓ୍ୱିକେଟ ନେଇଥିଲେ ।

ଏହି ଟେଷ୍ଟ ସର୍ବଦା ଚର୍ଚ୍ଚାରେ ରହିଥାଏ । କାରଣ ଭିଭିଏସ ଲକ୍ଷ୍ମଣ ଓ ରାହୁଲ ଦ୍ରାବିଡ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଲକ୍ଷ୍ଣଣ ୨୮୧ ରନ କରିଥିବା ବେଳେ ଦ୍ରାବିଡ ୧୮୦ ରନ କରିଥିଲେ ।