Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

‘ଦାଦା ଦି ବେଷ୍ଟ୍’, ଆଇସିସି ଅଧ୍ୟକ୍ଷ ପଦ ପାଇଁ ସୌରଭ ଗାଙ୍ଗୁଲି ହିଁ ଶ୍ରେଷ୍ଠ, କହିଲେ ସାଙ୍ଗକରା

26/07/2020 at 4:36 PM

ନୂଆଦିଲ୍ଲୀ, ୨୬|୦୭: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗକରା ଆଇସିସି ଚେୟାରମ୍ୟାନ୍ ପଦ ପାଇଁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ନାମକୁ ସମର୍ଥନ କରିଛନ୍ତି । ସାଙ୍ଗକରା କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷଙ୍କ ପାଖରେ ବିଚାରକ ଓ ପ୍ରଶାସକ ଭାବେ ଅନୁଭବ ରହିଛି । ତେଣୁ ସେ ହେଉଛନ୍ତି ଜଣେ ଉପଯୁକ୍ତ ଦାବିଦାର ।

ସାଙ୍ଗକରା ଆହୁରି କହିଛନ୍ତି ଯେ, ସେ ଗାଙ୍ଗୁଲିଙ୍କର ଜଣେ ବଡ ସମର୍ଥକ । ଗାଙ୍ଗୁଲିଙ୍କ ପାଖରେ ଅନ୍ତରାଷ୍ଟ୍ରୀୟ ମାନସିକତା ରହିଛି । ସେ ମହତ୍ତ୍ୱପୂର୍ଣ୍ଣ ପଦରେ ରହିଲେ ମଧ୍ୟ ପକ୍ଷପାତିତା କରିବେ ନାହିଁ । ଗାଙ୍ଗୁଲିଙ୍କୁ ଭେଦଭାବ ପସନ୍ଦ ନୁହେଁ ।  ଆଇସିସିରେ ଗାଙ୍ଗୁଲି ପରିବର୍ତ୍ତନ ଆଣିପାରିବେ । ସେ ହୃଦୟରୁ କ୍ରିକେଟର ଶୁଭ ଚିନ୍ତା କରନ୍ତି । ସେ ଆଇସିସି ଅଧ୍ୟକ୍ଷ ଭାର ସମ୍ଭାଳିପାରିବେ ।

୪୨ ବର୍ଷୀୟ ସାଙ୍ଗକରା ଆହୁରି କହିଛନ୍ତି ଯେ, ଗାଙ୍ଗୁଲିଙ୍କ ପାଖରେ ସମ୍ପର୍କ ଯୋଡିବାର କ୍ଷମତା ରହିଛି । ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ ତାଙ୍କ କାମ ସମସ୍ତେ ଦେଖିଛନ୍ତି । ସମସ୍ତ ଖେଳାଳିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି ।

ସୂଚନାଯୋଗ୍ୟ, ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ମନୋହର ଚଳିତ ମାସରେ ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଇମରାନ ଖ୍ୱାଜାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା । ସାଙ୍ଗକରାଙ୍କ ବ୍ୟତୀତ, ଗ୍ରେମ୍ ସ୍ମିଥ୍ ମଧ୍ୟ ଗାଙ୍ଗୁଲିଙ୍କୁ ସମର୍ଥନ କରିଛନ୍ତି ।

   Related Posts