ସୌରଭ ଗାଙ୍ଗୁଲିଙ୍କ ଘରେ ପହଞ୍ଚିଲା କରୋନା : ଭାଇ ସ୍ନେହାଶିଷ ପଜିଟିଭ,ଦାଦା କ୍ବାରେଣ୍ଟାଇନରେ

Published By : Prameya-News7 Bureau | July 16, 2020 IST

କୋଲକାତା ୧୬/୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ଼ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ହୋମ୍ କ୍ବାରେଣ୍ଟାଇନରେ ଚାଲି ଯାଇଛନ୍ତି କାରଣ ତାଙ୍କ ବଡ଼ ଭାଇ ଏବଂ କ୍ରିକେଟ୍ ଆସୋସିଏସନ ଅଫ୍ ବେଙ୍ଗଲ(କ୍ୟାବ)ର ଜଏଣ୍ଟ ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲିଙ୍କ କୋଭିଡ-୧୯ ଟେଷ୍ଟ ପଜିଟିଭ ଆସିଛି।

{"id":301168,"sizeSlug":"large"}

ବେଙ୍ଗଲର ରଣଜୀ ଟିମର ପୂର୍ବତନ ଖେଳାଳୀ ସ୍ନେହାଶିଷ କରୋନା ସଂକ୍ରମିତ ଜଣା ପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାବର ଜଣେ ଅଧିକାରୀ ସୂଚନା ଦେଇଥିଲେ ଯେ ଗତ କିଛି ଦିନ ହେବ ତାଙ୍କୁ ଜ୍ବର ହୋଇଥିଲା ଏବଂ ଆଜି ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି,ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":301169,"sizeSlug":"large"}

ରିପୋର୍ଟ ବିଳମ୍ବିତ ସନ୍ଧ୍ୟାରେ ଆସିଛି। ସ୍ବାସ୍ଥ୍ୟ ପ୍ରୋଟୋକଲ୍ ଯୋଗୁଁ ଗାଙ୍ଗୁଲିଙ୍କୁ ଏକ ନିର୍ଦ୍ଧାରିତ ସମୟ ପାଇଁ ହୋମ୍ କ୍ବାରେଣ୍ଟାଇନ୍ ରହିବାକୁ ପଡ଼ିବ। ଗାଙ୍ଗୁଲିଙ୍କ ସହ ଏହି ବିଷୟରେ କୌଣସି କଥା ହୋଇନାହିଁ।

{"id":301170,"sizeSlug":"large"}

ଏହା ପୂର୍ବରୁ ଜୁନ୍ ମାସରେ ସ୍ନେହାଶିଷଙ୍କ କରୋନା ସଂକ୍ରମିତ ହେବାର ଖବର ଆସିଥିଲା,କିନ୍ତୁ ସେତେବେଳେ ସ୍ନେହାଶିଷ ନିଜକୁ ପୂରାପୂରି ସୁସ୍ଥ କହିଥିଲେ। ନିଜ ଭାଇ ଭଳି ସ୍ନେହାଶିଷ ମଧ୍ୟ ଜଣେ କ୍ରିକେଟର ଥିଲେ। ବେଙ୍ଗଲ୍ ପାଇଁ ୫୯ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବା ସ୍ନେହାଶିଷଙ୍କୁ ଟିମ୍ ଇଣ୍ଡିଆରେ ଖେଳିବାର ସୌଭାଗ୍ୟ ମିଳି ପାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.